ମୁମ୍ୱାଇ ୨୬।୧୧ : ୨୬ ନଭେମ୍ୱର ୨୦୦୮, ଆଜି ବି ସେହି କାଳରାତ୍ରୀ କଥା ମନେ ପଡ଼ିଲେ ଦେହ ଶୀତେଇ ଉଠୁଛି । ଭୟରେ କମ୍ପୁଛି ମନ । ବନ୍ଧୁକ ଗର୍ଜନ ଭିତରେ ଲୋକଙ୍କ ଚିତ୍କାର ଧ୍ବିନି ମୟାନଗରୀକୁ ଦୋହଲାଇ ଦେଇଥିଲା । ସବୁଦିନ ପରି ସେଦିନ ବି ବେଶ୍ ଚଳଚଞ୍ଚଳ ଥିଲା ମାୟାନଗରୀ। ସ୍ୱାଭାବିକ ଥିଲା ସହର । ରାତି ବଢିବା ସାଙ୍ଗକୁ ବଜାରରେ ବି ଗହଳି ବଢୁଥିଲା ।
ଆଉ କିଛି ଲୋକ ସମୁଦ୍ର କୂଳରେ ଥଣ୍ଡା ପବନର ମଜା ନେଉଥିଲେ । ମାତ୍ର ଏହି ସମୟରେ ଶାନ୍ତ ମୁମ୍ବାଇକୁ ଅଶାନ୍ତ କରିଦେଇଥିଲେ ଆତଙ୍କବାଦୀ। ପାକିସ୍ତାନୀ ଆତତାୟୀ ରଚିଥିଲେ ରକ୍ତର ହୋଲି । ଏକେ-47ର ବାରୁଦ ଆଗରେ ବଳି ପଡିଥିଲା ଗୋଟିଏ ପରେ ଗୋଟିଏ ଜୀବନ । ପୋକ ମାଛି ଭଳି ଟଳି ପଡ଼ିଥିଲେ ୧୬୦ରୁ ଅଧିକ ଲୋକ।
ପାକିସ୍ତାନୀ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ୧୦ ସଇତାନ ମାୟାନଗରୀରେ ରକ୍ତର ହୋଲି ଖେଳିଥିଲେ । ବୋମା ଓ ଏକେ-47ର ଗର୍ଜନରେ ଥରି ଉଠିଥିଲା ପୂରା ସହର।
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ୧୪ ବର୍ଷ ପୂରିଛି, ହେଲେ ସେଦିନର ସେହି କାଳରାତ୍ରୀ କଥା ମନେ ପଡ଼ିଲେ ଦେହ ଶୀତେଇ ଉଠୁଛି । ଦେଶବାସୀ ଆଜିବି ଭୁଲି ନାହାନ୍ତି 26 ନଭେମ୍ବର ଆକ୍ରମଣକୁ । ଆଖିବୁଜା ଗୁଳି ମାଡ଼ରେ ନିରବୀ ଯାଇଥିଲା 160 ନିରିହ ଜୀବନ । ସେହିପରି ୩୦0ରୁ ଅଧିକ ଲୋକ ଆହତ ହୋଇଥିଲେ।