ବରଗଡ଼, ୧୨/୦୯: ପଶ୍ଚିମ ଓଡ଼ିଶାର ଗର୍ବ ତଥା ବିଶିଷ୍ଟ ସବ୍ଦ (ସମ୍ବଲପୁରୀ ନୃତ୍ୟଧାରା) ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଭାଗବତ ପ୍ରଧାନ ବର୍ତ୍ତମାନ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ ବରଗଡ଼ ସ୍ଥିତ ସାଇକୃପା ନର୍ସିଂହୋମରେ ଭର୍ତ୍ତି କରାଯାଇଛି।
ଶବ୍ଦ ନୃତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ଏବଂ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ମର୍ଯ୍ୟାଦାଜନକ ‘ପଦ୍ମଶ୍ରୀ’ ଉପାଧିରେ ସମ୍ମାନିତ କରାଯାଇଥିଲା। ଏହି ମହାନ କଳାକାରଙ୍କ ଅସୁସ୍ଥତା ଖବର ପ୍ରଚାରିତ ହେବା ପରେ ତାଙ୍କର ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।
ତେବେ ମହାନ କଳାକାରଙ୍କ ଅବଦାନ ଓ ସମ୍ମାନକୁ ଦୃଷ୍ଟିରେ ରଖି ସାଇକୃପା ନର୍ସିଂହୋମ କର୍ତ୍ତୃପକ୍ଷ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ହସ୍ପିଟାଲ୍ କର୍ତ୍ତୃପକ୍ଷ ତାଙ୍କର ସମସ୍ତ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ଯାଇଥିବା ଜଣାପଡ଼ିଛି। ସମସ୍ତ ସାଧାରଣ ଜନତା ଓ କଳାପ୍ରେମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପଦ୍ମଶ୍ରୀ ଭାଗବତ ପ୍ରଧାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।