ପ୍ରିନ୍ସପାଲଙ୍କୁ ଗାଢ଼ି ଚଢ଼ାଇ ହତ୍ୟା ଧମକ ଅଭିଯୋଗ

ବାତିଲ୍‌ ହେଲା ନିର୍ବାଚନ, ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ସୋର, ୧୦/୧୦: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍‌ର ଜମ୍ବେଶ୍ୱର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି। ମହାବିଦ୍ୟାଳୟର ପ୍ରିନ୍ସପାଲଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ପରେ ନିର୍ବାଚନକୁ ବାତିଲ୍ କରାଯାଇଛି। ଅଣଛାତ୍ରମାନେ ପ୍ରିନ୍ସପାଲଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ବିରୋଧ କରି ଛାତ୍ରଛାତ୍ରୀମାନେ ବିକ୍ଷୋଭ କରିଛନ୍ତି।

ମହାବିଦ୍ୟାଳୟରେ ନିର୍ବାଚନକୁ ନେଇ ଏଭଳି ପରିସ୍ଥିତି ଉପୁଜିବା ପରେ କଲେଜ କର୍ତ୍ତୃପକ୍ଷ ନିର୍ବାଚନ ବାତିଲ୍ କରିବା ନିଷ୍ପତ୍ତି ନେଇଛନ୍ତି। ଘଟଣାକୁ ନେଇ କଲେଜ ପରିସରରେ ଅସନ୍ତୋଷ ପ୍ରକାଶ ପାଇଛି।

ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀମାନେ ବିକ୍ଷୋଭ କରି ପ୍ରିନ୍ସପାଲଙ୍କୁ ଧମକ ଦେଇଥିବା ଅଣଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ଜଣାପଡ଼ିଛି। କଲେଜରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ସହ ନିର୍ବାଚନ ସମ୍ପର୍କିତ ବିବାଦର ସମାଧାନ ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ।