ଭୁବନେଶ୍ୱର, ୧୧/୧୦: ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ଓ ବିଧାୟକଙ୍କୁ ଦିଲ୍ଲୀ ଡ଼ାକରା। କେନ୍ଦ୍ରୀୟ ନେତୃତ୍ବ ଆଜି ଦିଲ୍ଲୀରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିବା ନେଇ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି।
ସେ କହିଛନ୍ତି, ପିସିସି ସଭାପତିଙ୍କ ସହ ସମସ୍ତ ବିଧାୟକ ଓ ବରିଷ୍ଠ ନେତା ଆଜି ଦିଲ୍ଲୀ ଯିବେ। ଇଣ୍ଡି ମେଣ୍ଟ ତରଫରୁ ଚାଲିଥିବା ଆନ୍ଦୋଳନରେ ଯୋଗ ଦେବେ। ଆସନ୍ତା କାଲି ଦିଲ୍ଲୀର ଆନ୍ଦୋଳନ କାର୍ଯ୍ୟକ୍ରମରେ ରାଜ୍ୟର ୨୦୦ରୁ ଅଧିକ ନେତା ଯୋଗ ଦେବେ।