ଜଙ୍ଗଲରୁ ମିଳିଲା ନାବାଳିକାଙ୍କ ଗଳିତ ମୃତଦେହ
ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ
ଅଭିଯୁକ୍ତ ଘରେ ପଶି ଭଙ୍ଗାରୁଜା କଲେ ଉତ୍ୟକ୍ତ ଲୋକେ
ବାଲେଶ୍ଵର, ୨୨/୧୦: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଢେରାପଦା ଗ୍ରାମ ନିକଟସ୍ଥ ବର୍ତ୍ତନା ଜଙ୍ଗଲରୁ ଜଣେ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ନାବାଳିକା ଜଣକ ଦଶମ ଶ୍ରେଣୀର ଛାତ୍ରୀ ଦୀପିକା ଜେନା (୧୪)। ସେ ଗତ ୫ ଦିନ ହେବ ନିଖୋଜ ଥିଲେ।
ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ସନ୍ଦେହ ପ୍ରକଟ କରିଛନ୍ତି। ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତମାନେ ମୃତଦେହକୁ ନିଆଁ ଲଗାଇ ପୋଡ଼ିବାକୁ ଚେଷ୍ଟା କରିଥିବା ମଧ୍ୟ ଅଭିଯୋଗ ହୋଇଛି।
ପୂର୍ବରୁ ପରିବାର ପକ୍ଷରୁ ନାମ୍ପୋ ଫାଣ୍ଡିରେ ନିଖୋଜ ଏତଲା ଦିଆଯାଇଥିଲା। ମୃତଦେହ ମିଳିବା ପରେ ଜଳେଶ୍ୱର ପୋଲିସ ଜଳେଶ୍ୱର ପୋଲିସ ଥାନା ଘଟଣାର ତଦନ୍ତ ଆରମ୍ଭ କରି ଜଣେ ଯୁବକକୁ ଗିରଫ ରଖି ଅଧିକ ତଦନ୍ତ ଚଳାଇଛି।
ଏହି ଘଟଣାକୁ ନେଇ ବର୍ତ୍ତନା ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ପୋଲିସ ଦ୍ୱାରା ଅଟକ ଥିବା ଯୁବକଙ୍କ ଘରେ ପଶି ଭଙ୍ଗାରୁଜା କରିଥିବା ସୂଚନା ମିଳିଛି।