କଲ୍ୟାଣସିଂହପୁର, ୨୮/୧୧(ନିପ୍ର): ଭାରତୀୟ ମଜଦୁର ସଙ୍ଗ ଦ୍ୱାରା ପରିଚାଳିତ ହେଉଥିବା ଅଲ ଓଡିଶା ଅଙ୍ଗନୱାଡି ଲେଡୀସ ୱାର୍କରସ ଆସୋସିଏସନ ଆହ୍ବାନ କ୍ରମେ ଛଅ ଦଫା ନେଇ ପାଞ୍ଚ ଦିନ ଧରି ବ୍ଲକର ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ଶାନ୍ତିପୂର୍ଣ୍ଣ ଭାବେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଧାରଣରେ ବସିଥିଲେ ତାହା ତିନୋଟି ଦାବି ପୂରଣ କରିବାରୁ ଧାରଣରୁ ଓହୋରିଥିବା ଦେଖିବାକୁ ମିଳିଛି। ଆସନ୍ତା କାଲି ଠାରୁ ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟକା କାର୍ଯ୍ୟରେ ଯୋଗଦାନ କରିବେ ବୋଲି ସୂଚନା ମିଳିଛି। ପାରିଶ୍ରମିକ ବୃଦ୍ଧି ୨୦୦୦ ଟଙ୍କା ସହାୟକା ଙ୍କୁ ୧୦୦୦ଟଙ୍କା , ଅବସରକାଳୀନ ୩ଲକ୍ଷ ଟଙ୍କା ସହାୟକା ଙ୍କୁ ୧ଲକ୍ଷ ୫୦ହଜାର ଟଙ୍କା ଓ ମୃତ୍ୟୁ କାଳୀନ ୪ଲକ୍ଷ ଟଙ୍କା କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।ଅଙ୍ଗନବାଡି କର୍ମୀ ମାସିକ ପପ୍ରୋତ୍ସାହନ ରାଶି ୧୮୦୦୦ଟଙ୍କା, ପୋଷଣ ଅଭିଯାନ ରେ ୬୦୦୦ଟଙ୍କା, ମମତା ଯୋଜନା ରେ ୨୦୦୦ଟଙ୍କା, ସୁଭଦ୍ରା ଯୋଜନା ରେ ୧୦ହଜାର ଟଙ୍କା ସେହିପରି ସହାୟକାଙ୍କ ମାସିକ ପ୍ରୋତ୍ସାହନ ରାଶି ୧୪୨୦୦ଟଙ୍କା, ପୋଷଣ ଅଭିଯାନ ରେ ୩୦୦୦ଟଙ୍କା, ମମତା ଯୋଜନା ରେ ୧୨୦୦ଟଙ୍କା ଓ ସୁଭଦ୍ରା ଯୋଜନା ରେ ୧୦ହଜାର ଟଙ୍କା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ବ୍ଲକର ପ୍ରମୁଖ ତିନୋଟି ସେଣ୍ଟର ର୮୪ଜଣ
ଅଙ୍ଗନବାଡି କର୍ମୀ ଓ ସହାୟିକା ଏକଜୁଟ ହୋଇ ନିଜ ହକ ପାଇଁ ଧାରଣାରେ ବସି ନାରାବାଜି ଦେଉଥିଲେ ।ଦାବୀ ପୂରଣ ହେବା ପରେ ଧାରଣରୁ ହଟି ଆଜି କାର୍ଯ୍ୟରେ ଯୋଗ ଦେବା ପାଇଁ ଶିଶୁ ବିକାଶ ଅଧିକାରିଣୀ ଙ୍କୁ ଲିଖିତ ପତ୍ର ଦେଇଛନ୍ତି।
ପ୍ରକାଶ ଥାଉକି ଚଳିତ ମାସ ୨୩ତାରିଖ ଦିନ ରାୟଗଡା ଜିଲ୍ଲାର ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ଧାରଣା ଦେଇ ଆସି ନିଜ ବ୍ଲକ ସମନ୍ନୀତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିଲେ । ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ଧାରଣା ଜାରି ରଖି ଥିଲେ।ସେମାନଙ୍କ ୬ଦାବୀ ମଧ୍ୟରୁ ମୁଖ୍ୟ ଦାବୀ ସରକାରି କର୍ମଚାରି ର ମାନ୍ୟତା, ମାସିକ ପାରିଶ୍ରମିକ ବୃଦ୍ଧି, ପେନସନ, ଅବସରକାଳୀନ ସୁବିଧା ସମେତ କାର୍ଯ୍ୟବୋଝ ହ୍ରାସ ଭଳି ଛଅ ଦଫା ଦାବୀ ନେଇ ଆନ୍ଦୋଳନ କୁ ଓହ୍ଲାଇଥିଲେ । ଏହି ମାନେ ସ୍ୱଳ୍ପ ପାରିଶ୍ରମିକ ରେ ଶିଶୁ, ମାତୃ ସେବା ସହିତ ଅନ୍ୟ ସରକାରୀ କାର୍ଯ୍ୟରେ କରିଆସୁଥିଲେ ସୁଧା ସରକାର ଏମାନଙ୍କ ନ୍ୟାୟ ଦାବି ପ୍ରତି ଉଦାସୀନ ରହିଛନ୍ତି। ଏଥିରେ ସଂଘ ର ସଭାପତି ହେମଲତା ମହାପାତ୍ର, ସମ୍ପାଦକ ବୃନ୍ଦାବତୀ ବେହେରା, ରିତା ରଞ୍ଜନୀ ପଣ୍ଡା, ମଣ୍ଡଳ ସାରୀ, ମଞ୍ଜୁଳା ଉଲ୍ଲକା, ପଦ୍ମାବତୀ ନାୟକ, ମମତା ହୁଇକା ସମେତ ବହୁତ ଅଙ୍ଗନବାଡି କର୍ମୀ ଓ ସହାୟିକା ମୋଟ ୮୪ଜଣ ଧାରଣା ରେ ବସିରହିଥିଲେ।