ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରୁ ମିଳିଲା ଅଫୁଟା ବୋମା

ଚଣ୍ଡିଗଡ଼ : ପଞ୍ଜାବର ଆଇନ-ଶୃଙ୍ଖଳା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । କିନ୍ତୁ ଏବେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାପ୍ରତି ପ୍ରଶ୍ନଚିହ୍ନ ଦେଖାଗଲାଣି । ଚଣ୍ଡିଗଡ଼ସ୍ଥିତ ପଂଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ସରକାରୀ ବାସଭବନର କିଛି ଦୂରରୁ ଏକ ଅଫୁଟା ବୋମା ଜବତ ହୋଇଛି ।

ସେକ୍ଟର ୨ରେ ଥିବା ମୁଖ୍ୟମନ୍ତ୍ରୀ ଆବାସର କିଛି ଦୂରରେ ଥିବା ରଜନୀନ୍ଦ୍ର ପାର୍କରେ ଏହି ବୋମା ମିଳିଥିଲା। ବୋମା ମିଳିବା ଖବର ପାଇବା ସହିତ ଚାରିଆଡେ ଆତଙ୍କ ସୃଷ୍ଟି ହୋଇଛି । ଚଣ୍ଡିଗଡ଼ ପୋଲିସ, ବୋମା ସ୍କ୍ୱାର୍ଡ ଏବଂ କୁକୁର ସ୍କ୍ୱାର୍ଡଦଳକୁ ଘଟଣାସ୍ଥଳକୁ ଡକାଯାଇଥିଲା। ଏଥିସହିତ ଘଟଣା ସଂପର୍କରେ ସେନାକୁ ସୂଚନା ଦିଆଯାଇଛି । ସେନା ବୋମା ନିରୋଧକାରୀ ଦଳ ଏଠାରେ ପହଞ୍ଚିଛନ୍ତି ।