ପୂର୍ବତନ ପାକ୍‌ ସେନା ଅଧିକାରୀଙ୍କ ଦାବି: ପାକିସ୍ତାନ ଅଭିନେତ୍ରୀଙ୍କୁ ସେନା ‘ହନି ଟ୍ରାପ୍‌’ରେ ବ୍ୟବହାର କରୁଛି

ଇସ୍‌ଲାମାବାଦ: ପାକିସ୍ତାନ କଳାକାରମାନଙ୍କୁ ଦେଶର ସେନା ‘ହନି ଟ୍ରାପ୍‌’ରେ ବ୍ୟବହାର କରୁଛି ବୋଲି ଜଣେ ପୂର୍ବତନ ପାକ୍‌ ସେନା ଅଧିକାରୀ ଅଭିଯୋଗ କରିବା ପରେ ଏହାକୁ କେନ୍ଦ୍ରକରି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ପାକିସ୍ତାନୀ ଅଭିନେତ୍ରୀ ସଜଲ ଅଲ୍ଲୀ, କୁବ୍ରା ଖାନ ଏବଂ ମେହୱିଶ ହାୟାତ ଏହି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ବଲିଉଡ ଚଳଚ୍ଚିତ୍ର ‘ମମ୍‌’ରେ ଶ୍ରୀଦେବୀଙ୍କ ବିପକ୍ଷରେ ଅଭିନୟ କରିଥିବା ସଜଲ ଅଲ୍ଲୀ କହିଛନ୍ତି ଯେ ‘ଚରିତ୍ର ହନନ ହେଉଛି ମାନବିକତା ଏବଂ ପାପର ସବୁଠାରୁ ଖରାପ ନିଦର୍ଶନ। ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ଆମ ଦେଶ ନୈତିକତା ହରାଇ ବସିଛି।’