ସମାନ ନାଗରିକ ସଂହିତା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ଗୁଜରାଟ ଓ ଉତ୍ତରାଖଣ୍ଡର କମିଟିକୁ ସବୁଜ ସଂକେତ

ସମାନ ନାଗରିକ ସଂହିତା (ୟୁସିସି) ଯାଞ୍ଚ କରିବାକୁ ବିଜେପି ଶାସିତ ଗୁଜରାଟ ଏବଂ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ଗଠିତ କମିଟିକୁ ସବୁଜ ସଙ୍କେତ ଦେଇଛନ୍ତି ସୁପ୍ରିମକୋର୍ଟ ।

ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ସମାନ ନାଗରିକ ସଂହିତା ସଂପର୍କରେ ଯାଞ୍ଚ ରାଜ୍ୟ ସରକାରଙ୍କ ମାଧ୍ୟମରେ ହେବା ଉଚିତ । ଏପରି କମିଟି ଗଠନ କରିବା ଅଦାଲତରେ ଚ୍ୟାଲେଞ୍ଜ କରିବାର ଏକ ଆଧାର ନୁହେଁ । ୟୁସିସିର କାର୍ଯ୍ୟକାରିତା ଯାଞ୍ଚ କରିବା ପାଇଁ ଗୁଜୁରାଟ ଏବଂ ଉତ୍ତରାଖଣ୍ଡ ଏବଂ ଗୁଜୁରାଟ ସରକାରଙ୍କ ଦ୍ୱାରା ଏକ କମିଟି ଗଠନ ବିରୋଧରେ ଆବେଦନକୁ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି ।