ଫେକ୍ ନ୍ୟୁଜ ପ୍ରସାର କରୁଥିବା ୬ଟି ୟୁଟ୍ୟୁବ୍ ଚାନେଲ ବିରୋଧରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର କାର୍ଯ୍ୟାନୁଷ୍ଠାନ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍  ୬ଟି ୟୁଟ୍ୟୁବ୍ ଚ୍ୟାନେଲର ପର୍ଦ୍ଦାଫାଶ୍ କରିଛି, ଯେଉଁଗୁଡିକ ଭାରତରେ ମିଥ୍ୟାତଥ୍ୟ ପ୍ରଚାର କରୁଥିଲେ । ଏହି ଚ୍ୟାନେଲଗୁଡିକ ଦ୍ୱାରା ପ୍ରସାରିତ ମିଥ୍ୟା ଖବରକୁ ପ୍ରତିହତ କରିବା ପାଇଁ ଫ୍ୟାକ୍ଟ ଚେକ ୟୁନିଟ୍ ୧୦୦ରୁ ଅଧିକ ସତ୍ୟତା ଯାଂଚ କରି ୬ଟି ପୃଥକ ଟ୍ୱିଟର ସୂତ୍ରକୁ ପ୍ରକାଶ କରିଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଏହି ୟୁନିଟର ଏହା ହେଉଛି ଏହି ଭଳି ଦ୍ୱିତୀୟ କାର୍ଯ୍ୟାନୁଷ୍ଠାନ, ଯେଉଁଥିରେ ସବୁ ଚ୍ୟାନେଲଗୁଡ଼ିକ ଉପରେ ଚଢ଼ାଉ କରାଯାଇଛି ।

ଏହି ୬ଟି ୟୁଟ୍ୟୁବ୍ ଚ୍ୟାନେଲ ଏକ ସଂଯୋଜିତ ନକଲି ସୂଚନା ନେଟୱର୍କର ଅଂଶ ଭାବରେ କାର୍ଯ୍ୟ କରୁଥିବା ଜାଣିବାକୁ ମିଳିଥିଲା। ଏହାର ପ୍ରାୟ ୨୦ ଲକ୍ଷ ଗ୍ରାହକ ରହିଥିଲେ ଏବଂ ସେମାନଙ୍କ ଭିଡିଓଗୁଡିକ ୫୧ କୋଟିରୁ ଅଧିକ ଥର ଦେଖା ଯାଇଥିଲା । ପିଆଇବି ଦ୍ୱାରା ତଥ୍ୟ – ଯାଂଚ କରା ଯାଇଥିବା ୟୁଟ୍ୟୁବ୍ ଚ୍ୟାନେଲଗୁଡିକର ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା :