ଦିଲ୍ଲୀବାସୀ ଦେଖିବେ କେବେ ଦେଖି ନଥିବା ଥଣ୍ଡା! ତାପମାତ୍ରା ଖସିବ ବିଯୁକ୍ତ ୪ ଡିଗ୍ରିକୁ

ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଏବେ ସମଗ୍ର ଉତ୍ତର ଭାରତ ହାଡ଼ଥରା ଶୀତରେ କମ୍ପୁଚି। ଚଳିତ ଜାନୁଆରି ୨୦୨୩ ରାଜଧାନୀ ନୂଆଦିଲ୍ଲୀ ପାଇଁ ସବୁଠାରୁ ଥଣ୍ଡା ଭାବରେ ପରିଣତ ହୋଇଛି। ଏପରିସ୍ଥିତିରେ ନିକଟରେ ଦିଲ୍ଲୀ ବାସୀଙ୍କୁ ହାଡ଼ଥରା ଶୀତରୁ ମୁକ୍ତି ମଳିବାର ସମ୍ଭାବନା ନାହିଁ!

ଜଣେ ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି, ଆସନ୍ତା ସପ୍ତାହରେ ଦିଲ୍ଲୀର ତାପମାତ୍ରା ବିଯୁକ୍ତ (-) ୪ ଡିଗ୍ରି ସେଲସିୟସ୍‌ ପର୍ଯ୍ୟନ୍ତ ହ୍ରାସ ପାଇବ! ଜାନୁଆରି ୧୪ରୁ ୧୯ ମଧ୍ୟରେ ଭୟଙ୍କର ଥଣ୍ଡା ଅନୁଭୂତ ହେବ ଏବଂ ଜାନୁଆରି ୧୬ରୁ ୧୮ ପର୍ଯ୍ୟନ୍ତ ଏହା ଶୀର୍ଷରେ ରହିବାର ସମ୍ଭାବନା ରହିଛି ବୋଲି ଏକ ଅନଲାଇନ୍‌ ପାଣିପାଗ ପ୍ଲାଟଫର୍ମ ଲାଇଭ୍‌ ୱେଦର ଅଫ୍‌ ଇଣ୍ଡିଆର ପ୍ରତିଷ୍ଠାତା ନବଦୀପ ଦହିଆ କହିଛନ୍ତି।