ନୂଆ ଆତଙ୍କବାଦୀ ସଂଗଠନ ସ୍ଥିତି ଜାହିର ପାଇଁ କରୁଛନ୍ତି ଟାର୍ଗେଟ କିଲିଂ

ଦିଲ୍ଲୀରେ ଅନୁଷ୍ଠିତ ହୋଇ ଆସୁଥିବା ‘ସେନା ଦିବସ ପରେଡ୍‌’ ଆଜି ଦିଲ୍ଲୀ ପରିବର୍ତ୍ତେ କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଗୋବିନ୍ଦସ୍ବାମୀ ପରେଡ୍‌ ଗ୍ରାଉଣ୍ଡ୍‌ରେ ପାଳନ କରାଯାଇଛି | ଏହି ଅବସରରେ ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ ମଧ୍ୟ ଭାଗ ନେଇଥିଲେ। ଯବାନଙ୍କୁ ସମ୍ବୋଧିତ କରି ସେନା ମୁଖ୍ୟ କହିଛନ୍ତି, ‘ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସେନା ଦିବସ ପରେଡ ଏବଂ ଏହା ସହ ଜଡିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହା ସେନାକୁ ଲୋକଙ୍କ ସହ ଯୋଡି ହେବାର ଏକ ସୁବର୍ଣ୍ଣ ସୁଯୋଗ ଦେଇଛି | ମୁଁ ନିଶ୍ଚିତ ଯେ ଏହା ଆମ ସମ୍ପର୍କକୁ ଆହୁରି ମଜବୁତ କରିବ | ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଆହୁରି ମଧ୍ୟ କହିଛନ୍ତି, “ଆମେ ଏଲଏସିରେ ଏକ ଦୃଢ ସ୍ଥିତିରେ ଅଛୁ ଏବଂ ଯେକୌଣସି ଆହ୍ୱାନର ମୁକାବିଲା କରିବାକୁ ପ୍ରସ୍ତୁତ ଅଛୁ ।