ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସେନା ଦିବସ ପରେଡ୍‌; ପ୍ରଧାନମନ୍ତ୍ରୀ କହିଲେ, ଯବାନମାନେ ଦେଶକୁ ସୁରକ୍ଷିତ ରଖିଛନ୍ତି

ଦିଲ୍ଲୀରେ ଅନୁଷ୍ଠିତ ହୋଇ ଆସୁଥିବା ‘ସେନା ଦିବସ ପରେଡ୍‌’ ଆଜି ଦିଲ୍ଲୀ ପରିବର୍ତ୍ତେ କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଗୋବିନ୍ଦସ୍ବାମୀ ପରେଡ୍‌ ଗ୍ରାଉଣ୍ଡ୍‌ରେ ପାଳନ କରାଯାଉଛି।

୧୯୪୯ରେ ସେନା ଦିବସ ପରେଡ୍‌ ଆରମ୍ଭ ହେବାଠାରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ପରମ୍ପରା ଭଙ୍ଗ କରି ଏହି ପରେଡ୍‌କୁ ଦିଲ୍ଲୀ ବାହାରକୁ ନିଆଯାଇଛି। ଏହି ପରେଡ୍‌ରେ ‘ବାଇକ୍‌ ଷ୍ଟଣ୍ଟ୍‌’, ‘ସ୍କାଏଡାଇଭିଙ୍ଗ୍‌’ ଏବଂ ‘ବ୍ୟାଣ୍ଡ୍‌ ଡିସ୍‌ପ୍ଲେ’ ଭଳି ଚିତ୍ତାକର୍ଷକ ପ୍ରଦର୍ଶନ ମଧ୍ୟ କରାଯିବ। ଏହାଛଡ଼ା, ଏହି କାର୍ଯ୍ୟକ୍ରମରେ ଗୋଟିଏ ଅଶ୍ବାରୋହୀ ‘କଣ୍ଟିଜେଣ୍ଟ୍‌’ ସମେତ ୮ଟି ‘ମାଚିଙ୍ଗ୍‌ କଣ୍ଟିଜେଣ୍ଟ୍‌’ ଭାଗ ନେବେ।

ଅବସରରେ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସେନା ଦିବସରେ ମୁଁ ସମସ୍ତ ସେନା କର୍ମଚାରୀ, ଅବସର ଗ୍ରହଣ କରିଥିବା ସେନାକର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି। ପ୍ରତ୍ୟେକ ଭାରତୀୟ ଆମ ସେନା ପାଇଁ ଗର୍ବିତ ଏବଂ ସୋମନେ ଆମ ଯବାନମାନଙ୍କ ପ୍ରତି ସବୁବେଳେ କୃତଜ୍ଞ ରହିବେ। ଯବାନମାନେ ସଦାସର୍ବଦା ଆମ ଦେଶକୁ ସୁରକ୍ଷିତ ରଖିଛନ୍ତି ଏବଂ ସଙ୍କଟ ସମୟରେ ସେବା ପାଇଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।