ଅଧାରୁ ଭାରତ ଯୋଡ଼ ଯାତ୍ରାରୁ ଓହରିଯାଇଥାନ୍ତେ ରାହୁଲ ଗାନ୍ଧୀ

ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଦଳର ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆୟୋଜିତ ଭାରତ ଯୋଡ ଯାତ୍ରାକୁ ନେଇ ଏକ ରୋଚକ କଥା କହିଛନ୍ତି | ସେ ରାହୁଲ ଗାନ୍ଧୀଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରି କହିଛନ୍ତି ଯେ ଯାତ୍ରା ଆରମ୍ଭରେ ରାହୁଲଙ୍କ ଆଣ୍ଠୁଗଣ୍ଠି ସମସ୍ୟା ଗୁରୁତର ହୋଇପଡିଥିଲା। ପରିସ୍ଥିତି ଏପରି ହୋଇଯାଇଥିଲା ଯେ ଯାତ୍ରାର ନେତୃତ୍ୱ ଅନ୍ୟ କାହାକୁ ଦେବା ପାଇଁ ବିଚାର କରାଯାଉଥିଲା।

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ କନ୍ୟାକୁମାରୀରୁ କଶ୍ମୀର ଭାରତ ଯୋଡ ଯାତ୍ରା ସଫଳତାର ସହ ସମାପ୍ତ କରିଛି। କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ କହିଛନ୍ତି ଯେ ଆରମ୍ଭରେ ଏହା ଏତେ ସହଜ ନଥିଲା।