କପଡ଼ା ଶୁଖା ଯାଉଥିବା କ୍ଲିପ୍‌ରେ ନିଜ ପାଇଁ ପୋଷାକ ବନାଇ ପୁଣି ଚର୍ଚ୍ଚାରେ ଉର୍ଫି ଜାଭେଦ

ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗ୍‌ବସ୍‌ ଫେମ୍‌ ତଥା ମଡେଲ୍‌ ଉର୍ଫି ଜାଭେଦ। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ ମଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି। ଏହା ସତ୍ତ୍ବେ ଅଟକି ଯାଇନାହାନ୍ତି ଏହି ଚୁଲ୍‌ବୁଲି ଗ୍ଲାମରସ୍ ମଡେଲ୍‌।

ସମାଜର ଲୋକଙ୍କ ଆଲୋଚନା ଓ ସମାଲୋଚନାଠାରୁ ସବୁବେଳେ ନିଜ ଷ୍ଟାଇଲ୍‌କୁ ଗୁରୁତ୍ବ ଦେଇ ଆସୁଥିବା ଉର୍ଫି ଏବେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ପୂର୍ବରୁ ସିମ୍‌ କାର୍ଡ, ତାର, କଇଁଚି ଆଦି ସାମଗ୍ରୀ ପ୍ରୟୋଗ କରି ପୋଷାକ ବନାଇ ପିନ୍ଧିଥିବା ଉର୍ଫି ନିକଟରେ କପଡ଼ା ଶୁଖା ହେଉଥିବା କ୍ଲିପ୍‌କୁ ବ୍ୟବହାର କରି ନିଜ ପାଇଁ ପୋଷାକ ବନାଇଛନ୍ତି।  ସେହି ପୋଷାକ ପିନ୍ଧିଥିବା ବେଳେ ତାଙ୍କର ଫଟୋ ଓ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।