ତୁର୍କୀ ଓ ସିରିଆ ପରେ ଥରିଲା ଆସାମ, ନଗାଓଁରେ ୪ ତୀବ୍ରତାର ଭୂକମ୍ପ ଅନୁଭୂତ

ତୁର୍କୀ ଓ ସିରିଆରେ ଭୟଙ୍କର ଭୂମିକମ୍ପ ହେବା ପରେ ଏବେ ଆସାମର ନଗାଓଁରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଅନୁଯାୟୀ ନଗାଓଁରେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪ଥିଲା ବୋଲି କୁହାଯାଉଛି। ଆଜି ଅପରାହ୍ନ ୪.୧୮ ସମୟରେ ଏହି ଭୂକମ୍ପ ହୋଇଥିବା କହିଛି ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି।

ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ ଅସାମର ନଗାଓଁରେ ଫେବ୍ରୁଆରି ୧୨ରେ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪ଥିଲା।