ଏହି ବ୍ଲଡ୍ ଗ୍ରୁପ ଲୋକଙ୍କୁ ମଶା ଅଧିକ କାମୁଡିଥାଆନ୍ତି…

ଆପଣକୁ କେବେ କେବେ ମଶା ତ କାମୁଡିଥିବେ ନିଶ୍ଚୟ । ବେଳେ ବେଳେ ଏମିତି ବି ହୋଇଥାଏ ମଶାମାନେ ଆପଣଙ୍କୁ କାମୁଡୁଥିବେ କିନ୍ତୁ ଆପଣଙ୍କ ପାଖରେ ଥିବା ଲୋକକୁ କାମୁଡୁନଥିବେ । ସେତେବେଳେ ଆପଣ ବହୁତ ଆଶ୍ଚର୍ଯ୍ୟ ହୋଇଥାନ୍ତି । ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ । ଏକ ଗବେଷଣାରୁ ଜଣାପଡିଛି ଯେ, ମଶାମାନେ ଲୋକମାନଙ୍କୁ କାମୁଡିବାରେ ମଧ୍ୟ ସେମାନଙ୍କ ପ୍ରାଥମିକତା ବା ଚଏସ୍ ରଖିଥାନ୍ତି । କେଉଁମାଙ୍କୁ କାମୁଡିବେ ଆଉ କେଉଁମାନଙ୍କୁ ନୁହେଁ । ତେବେ ଆସନ୍ତୁ ଜାଣିବା କାହାକୁ ବେଶୀ ମଶା କାମୁଡିଥାଆନ୍ତି ।

ମଶାମାନେ ନିଜ ଖାଦ୍ୟ ପାଇଁ ମନୁଷ୍ୟ ଶରୀରୁ ରକ୍ତ ଶୋଷି ନଥାନ୍ତି । ମାଈ ମଶା ଲୋକମାନଙ୍କୁ କାମୁଡିଥାନ୍ତି କାରଣ ସେମାନେ ମନୁଷ୍ୟ ରକ୍ତରୁ ପ୍ରୋଟିନ୍ ସଂଗ୍ରହ କରି ଅଣ୍ଡା ସୃଷ୍ଟି କରି ସେଥିରୁ ଅଧିକ ମଶା ଛୁଆ କରିଥାନ୍ତି । ୮୫ପ୍ରତିଶତ ଲୋକଙ୍କୁ ବଂଶାନୁକ୍ରମିକ କାରଣରୁ ମଶା କାମୁଡିଥାଏ ।

କିଛି ବ୍ଲଡ୍ ଗ୍ରୁପର ଲୋକଙ୍କ ରକ୍ତ ଅନ୍ ମାନଙ୍କ ତୁଳନାରେ ମିଠା ହୋଇଥାଏ । ଏକ ଗବେଷଣାରୁ ଜଣାପଡିଛି ଯେ ‘ଓ’ ବ୍ଲଡ୍ ଗ୍ରୁପର ଲୋକଙ୍କୁ ମଶା କାମୁଡିବାର ସମ୍ଭାବନା ୮୩ ପ୍ରତିଶତରୁ ଅଧିକ ଅଛି । ସେହିଭଳି ‘ଏ’ ବ୍ଲଡ ଗ୍ରୁପର ଲୋକଙ୍କୁ ମଶା କମ୍ କାମୁଡିବାର ସମ୍ଭାବନା ରହିଥିବାବେଳେ ‘ବି’ ବ୍ଲଡ୍ ଗ୍ରୁପର ଲୋକଙ୍କୁ ମଶା ମଧ୍ୟମ ଭାବେ କାମୁଡିଥାନ୍ତି ।