ବିନା ଖର୍ଚ୍ଚରେ ୨୫୦୦ କୋଟି ଟଙ୍କା ଆୟ କଲା ରେଳଷ୍ଟେସନ

ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ରେଳଷ୍ଟେସନରୁ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରିଥାନ୍ତି | ଆଉ ଯାତ୍ରୀଙ୍କ ବଢୁଥିବା ଭିଡ ରେଳଷ୍ଟେସନକୁ ଲାଭ ମଧ୍ୟ ଦେଇଥାଏ | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ବାସ୍ତବରେ ନୂଆଦିଲ୍ଲୀ ରେଳ ଷ୍ଟେସନରୁ ଭାରତର ଅନେକ ସହରକୁ ଯାତ୍ରା କରିବାକୁ ଯାତ୍ରୀମାନଙ୍କ ଭିଡ଼ ଲାଗିରହିଥାଏ | ଆଉ ଯାତ୍ରୀମାନଙ୍କ ଭିଡ ଏବେ ଲାଭଦାୟକ ସାବ୍ୟସ୍ତ ହୋଇଛି | ବାସ୍ତବରେ, ବିଜ୍ଞାପନ ଏବଂ ବ୍ରାଣ୍ଡିଂରୁ ରୋଜଗାର କ୍ଷେତ୍ରରେ ନୂଆଦିଲ୍ଲୀ ରେଳଷ୍ଟେସନ ଦେଶରେ ୧ ନମ୍ବର ଷ୍ଟେସନ ହୋଇପାରିଛି ଏବଂ ବର୍ଷକରେ ମୋଟ ୨୫୦୦ କୋଟି ଟଙ୍କା ଆୟ ହୋଇଛି। ରେଳବାଇର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ରେଳ ଷ୍ଟେସନର ବ୍ୟବସାୟିକ ବ୍ୟବହାର ମାଧ୍ୟମରେ ଏହି ଅର୍ଥ ମିଳିଛି । ନୂଆଦିଲ୍ଲୀ ରେଳ ଷ୍ଟେସନ ପରେ ଦ୍ୱିତୀୟ ସ୍ଥାନରେ ହାଓଡ଼ା, ତୃତୀୟ ସ୍ଥାନରେ ନିଜାମୁଦ୍ଦିନ, ଚତୁର୍ଥ ସ୍ଥାନରେ ସିକନ୍ଦରାବାଦ ଏବଂ ପଞ୍ଚମ ସ୍ଥାନରେ ଅହମ୍ମଦାବାଦ ରେଳଷ୍ଟେସନ ରହିଛି ।