କରାଚି ପୁଲିସ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ, ଗୁଳି ବିନିମୟ ଜାରି

ପାକିସ୍ତାନର କରାଚିରେ ଥିବା ପୁଲିସ ମୁଖ୍ୟାଳୟ ଉପରେ ଶୁକ୍ରବାର ସଂଧ୍ୟାରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ସଂଖ୍ୟା ୮ରୁ ୧୦ ବୋଲି କୁହାଯାଉଛି । ଏହି ଘଟଣାରେ କେତେ ଲୋକ ମୃତ୍ୟୁବରଣ କରିଛନ୍ତି ସେ ସଂପର୍କରେ ତଥ୍ୟ ମିଳିପାରିନାହିଁ ।

ପାକିସ୍ତାନୀ ଗଣମାଧ୍ୟମ ଡନ୍ ଅନୁଯାୟୀ, ପୁଲିସ ମୁଖ୍ୟାଳୟରେ ୧୦ରୁ ଅଧିକ ଆତଙ୍କବାଦୀ ଉପସ୍ଥିତ ଥାଇପାରନ୍ତି । ଏହା ସହ ଆତଙ୍କବାଦୀମାନେ ଏକ ବହୁମହଲା କୋଠା ଭିତରକୁ ମଧ୍ୟ ପ୍ରବେଶ କରିଛନ୍ତି । ତେବେ ସୁରକ୍ଷା ବାହିନୀ ଓ ପୁଲିସ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି। ଉଭୟ ପକ୍ଷରୁ ଗୁଳିବିନିମୟ ଚାଲିଛି ।