ଯୋଗୀଙ୍କ ବାସଭବନ ନିକଟରେ ବୋମା ଗୁଜବ

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରେ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରୀ ବାସଭବନ ନିକଟରେ ବୋମା ଗୁଜବ ଉଠିବା ପରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଖବର ପାଇଁ ପୁଲିସ ଟିମ ଓ ବୋମା ନିଷ୍କ୍ରୟକାରୀ ଟିମ ପହଞ୍ଚିବା ପରେ ଆଖପାଖରେ ବୋମାକୁ ଖୋଜା ଯାଇଥିଲା, କିନ୍ତୁ ବୋମା ମିଳିନଥିଲା । ଫଳରେ ବୋମା ଖବର ମିଥ୍ୟା ବୋଲି ଜଣାପଡ଼ିଥିଲା । ଏହା ସତ୍ତ୍ବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଚାରିପଟେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି ।

ଉତ୍ତରପ୍ରଦେଶ ପୁଲିସ ଏକ ବିବୃତି ଜାରି କରି କହିଛି ଯେ ଏହି ସୂଚନା କେବଳ ଏକ ଗୁଜବ, କୌଣସି ବୋମା ମିଳିନାହିଁ। ସୂଚନାଦାତାଙ୍କୁ ଧରିବା ପାଇଁ ଟିମ୍ ଚେଷ୍ଟା କରୁଛି ବୋଲି ପୁଲିସ କହିଛି । ବୋମା ମିଳିବା ମାତ୍ରେ ତୁରନ୍ତ ଅଧିକାରୀମାନେ ତତ୍ପର ହୋଇଉଠିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବାସଭବନ ବ୍ୟତୀତ ଆଖପାଖ ଅଞ୍ଚଳରେ ମଧ୍ୟ ଚଢ଼ାଉ କରାଯାଇଥିଲା ।