ଡାକ୍ତରଙ୍କ ଭୁଲ ଅପରେସନ ପାଇଁ ମେଡିକାଲ ଦେବ ୧୭ ଲକ୍ଷ ଟଙ୍କା

ଡାକ୍ତରଙ୍କ ଅବହେଳାରୁ ମହିଳାଙ୍କ ମୃତ୍ୟୁ ପାଇଁ ଏବେ ଟଙ୍କା ଗଣିବ ଘରୋଇ ଡାକ୍ତରଖାନା | ତାମିଲନାଡୁର କୁଡାଲୋର ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ନିକଟରେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାକୁ ୧୭.୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି | ଆଠ ବର୍ଷ ପୂର୍ବେ ଡାକ୍ତରଖାନାର ଅବହେଳା ହେତୁ ଜଣେ ମହିଳାଙ୍କ ମୃତ୍ୟୁ ନେଇ ଆୟୋଗ ଏହି ରାୟ ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଫେବୃଆରୀ ୨୦୧୪ ରେ, ବିନୋଥ କୁମାର ତାଙ୍କ ପତ୍ନୀ ଭି କଲେଭାନୀଙ୍କୁ ପ୍ରସବ ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ମହିଳାଙ୍କର ରକ୍ତସ୍ରାବ ହେତୁ ରକ୍ତଚାପ କମିଯାଇଥିଲା। ରକ୍ତସ୍ରାବ ବନ୍ଦ କରିବା ପାଇଁ ଡାକ୍ତରମାନେ ଅସ୍ତ୍ରୋପଚାର ସାହାଯ୍ୟରେ ମହିଳାଙ୍କ ଗର୍ଭାଶୟକୁ ବାହାର କରିଥିଲେ।