ଆତ୍ମହତ୍ୟା କଲେ ଆମେରିକାର ଜଣାଶୁଣା ଶିଳ୍ପପତି ଥୋମାସ ଲି

ଆମେରିକାର ଜଣାଶୁଣା ଶିଳ୍ପପତି ତଥା କୋଟିପତି ଥୋମାସ ଏଚ୍ ଲି ଆଜି ତାଙ୍କ ଅଫିସରେ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା | ମିଳିଥିବା ସୂଚନା ମୁତାବକ ଥୋମାସଙ୍କ ନିବେଶ ସଂସ୍ଥାର ମୁଖ୍ୟାଳୟରେ ତାଙ୍କ ମୃତଦେହ ମିଳିଥିବାବେଳେ ସ୍ଥାନୀୟ ସମୟ ୧୧:୧୦ ରେ ମୃତ ଘୋଷଣା କରାଯାଇଥିଲା। ରିପୋର୍ଟ ମୁତାବକ ଥୋମାସ୍ ଏଚ୍ ଲି ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବାବେଳେ ଆଜି ସକାଳୁ ଥୋମାସ କୁଆଡେ ଚାଲିଯାଇଥିଲେ | ଏହା ପରେ ତାଙ୍କର ସନ୍ଧାନ ଆରମ୍ଭ ହୋଇଥିଲା। ତାଙ୍କର ଜଣେ ସହାୟିକା ଅଫିସ୍ ବାଥରୁମ ଚଟାଣରେ ତାଙ୍କ ଶରୀର ପଡିଥିବାର ପ୍ରଥମେ ଦେଖିଥିଲେ। ନିଜକୁ ଗୁଳି କରି ତଳେ ପଡ଼ିଯାଇଥିବାର ସେ ଦେଖିବା ପରେ ସମସ୍ତଙ୍କୁ ଖବର ଦେଇଥିଲେ |