ଷ୍ଟେସନ ଠିକ ଥିଲେ ଟ୍ରେନ ଯିବା ଆସିବା କରିବ; ଏଭଳି କହି ନିଜକୁ ଷ୍ଟେସନ ସହ ତୁଳନା କଲେ ରାକ୍ଷୀ

ଗିରଫ ‌ପରେ ଏବେ ପୁଲିସ କଷ୍ଟଡିରେ ଅଛନ୍ତି ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ସ୍ବାମୀ ଆଦିଲ ଖାନ୍ ଦୁରାନୀ। ଆଦିଲ, ରାକ୍ଷୀଙ୍କଠାରୁ ଟଙ୍କା ଠକି ନେଇଥିବା ବେଳେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ କରିଥିଲେ ରାକ୍ଷୀ। ଏହା ପରେ ଆଦିଲଙ୍କୁ ଫେବ୍ରୁଆରି ୭ରେ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯିବା ସହ ପରେ ତାଙ୍କୁ ପୁଲିସ କଷ୍ଟଡିକୁ ପଠାଯାଇଛି।

ଏମଧ୍ୟରେ ରାକ୍ଷୀ ଆଦିଲ ଦେଇଥିବା ଧୋକାକୁ ଭୁଲି ନିଜ ଜୀବନକୁ ନୂଆ କରି ଆରମ୍ଭ କରିଛନ୍ତି। ପୁଣି ଥରେ ସେ ସୁଟିଂକୁ ଫେରିଥିବା ବେଳେ ସେ ଆଦିଲଙ୍କୁ ଭୁଲିବାକୁ ଚେଷ୍ଟା କରୁଥିବା କହିଛନ୍ତି। ନିକଟରେ ତାଙ୍କୁ ବିମାନବନ୍ଦରରେ ଦେଖାଯାଇଥିବା ବେଳେ ସେ କହିଥିଲେ ଯେ “ମୁଁ ଅନୁଭବ କରୁଛି, ମୋତେ ପୁଣି ଥରେ ଠିଆ ହୋଇ କାମ କରିବା ଆବଶ୍ୟକ। ଯେପର୍ଯ୍ୟନ୍ତ ତୁମ ପାଖରେ କାମ ଅଛି, ତୁମ ପାଖରେ ସବୁକିଛି ଅଛି। ମୁଁ ବର୍ତ୍ତମାନ ମୋ ଗୋଡରେ ଠିଆ ହେବା ଆରମ୍ଭ କରିଛି।