ବିଧାନସଭାରେ ଉପସ୍ଥାପନ ହୋଇଛି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍,ଜାଣନ୍ତୁ କେଉଁ ବିଭାଗକୁ କେତେ ମିଳିଲା…

ଭୂଅବନେଶ୍ୱର: ବିଧାନସଭାରେ ଉପସ୍ଥାପନ ହୋଇଛି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ବାରା ଚଳିତ ବର୍ଷର ବଜେଟ୍ ଉପସ୍ଥାପିତ ହୋଇଛି। ଏହି ବଜେଟର ପରିମାଣ ୨ ଲକ୍ଷ କୋଟି ଟଙ୍କା। ବଜେଟ୍ ରୁପରେଖରେ ସବୁ କ୍ଷେତ୍ରରେ ସମାନତା ଅଣାଯାଇଛି। ଶିକ୍ଷା , ସ୍ୱାସ୍ଥ୍ୟ କୃଷି ପର୍ଯ୍ୟଟନ ସବୁ କ୍ଷେତ୍ରକୁ ମିଳିଛି ଗୁରୁତ୍ୱ। ତେବେ ସର୍ବାଧିକ ସ୍ବାସ୍ଥ୍ୟ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରକୁ ମିଳିଛି ୧୨ ହଜାର ୬୨୪ କୋଟି ଟଙ୍କା। ଏହା ପୂର୍ବବର୍ଷ ତୁଳନାରେ ୩୮ ପ୍ରତିଶତ ଅଧିକ ।
କୃଷି ବଜେଟ୍

ଚଳିତ ବର୍ଷ କୃଷି ବଜେଟ ପାଇଁ ୨୧ ହଜାର ୧୬୬ କୋଟି ବ୍ୟୟ ବରାଦ କରାଯାଇଛି। ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମରେ ୩୧୨ କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ଚଳିତ ବର୍ଷ ୨ ଲକ୍ଷ ୮୦ ହଜାର ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ ରଖାଯାଇଛି। ବନ୍ୟା ନିଯନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୯୬୮ କୋଟି ବ୍ୟୟ ବରାଦ।

– ୧୨, ୫୦୦ ନଳକୂପ ଖନନ ହେବ ବ୍ୟୟବରାଦ ୪୦୦ କୋଟି

– ବନ୍ୟା ନିୟନ୍ତ୍ରଣ ପାଇଁ ୯୬୮ କୋଟି ଟଙ୍କା ବ୍ୟୟ ବରାଦ

– ପାର୍ବତୀ ଗିରି ଯୋଜନା ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୧୦, ୭୫୯ କୋଟି

– ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ

– କୁକୁଡ଼ା ଚାଷବିକାଶପାଇଁ୧୦୨ କୋଟି

ସ୍ଵାସ୍ଥ୍ୟ ଏବଂ ଶିକ୍ଷା

-ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୨,୧୫୬ କୋଟି ବ୍ୟୟ ବରାଦ

-ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭, ୩୨୪ କୋଟି

-ମୋ ସ୍କୁଲ ଅଭିଯାନ ପାଇଁ ୬୪୬ କୋଟି ବ୍ୟୟ ବରାଦ

-ଜନସ୍ବାସ୍ଥ୍ୟ ସେବା ପାଇଁ ୧୨, ୬୨୪ କୋଟି ବ୍ୟୟ ବରାଦ

-ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨,୬୬୪ କୋଟି ବ୍ୟୟ ବରାଦ

କାଳିଆ ଯୋଜନା ଏବଂ ଜଳସେଚନ

– କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟବରାଦ

– କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି ବ୍ୟୟବରାଦ

– ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟବରାଦ

-କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୨୨ କୋଟି

– ଜଳସେଚନ ପାଇଁ କୋରାପୁଟରେ ଝଞ୍ଜାବତୀ ପ୍ରକଳ୍ପ ଆରମ୍ଭ ଯୋଜନା

ଶିକ୍ଷା ଏବଂ ପର୍ଯ୍ୟଟନ

-ଉଚ୍ଚ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ପାଇଁ ୧୬୫ କୋଟି

-ଲ୍ୟାପଟପ୍‌, ବୃତ୍ତି ଓ ତାଲିମ ପାଇଁ ୪୬ କୋଟି

-ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଓ ପରିଚାଳନା ପାଇଁ ୩୭୫ କୋଟି

-ପର୍ଯ୍ୟଟନର ପ୍ରସାର ପାଇଁ ୧୭୦ କୋଟିର ବ୍ୟୟ ବରାଦ

-ନିର୍ମାଣାଧୀନ କ୍ରୀଡ଼ା ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ ୧୫ ଶହ କୋଟି

ସଡ଼କ, ରେଳ, ବନ୍ଦର ଓ ସଂଯୋଗୀକରଣ ପାଇଁ ୧୪, ୪୫୪ କୋଟି

-ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ୨,୯୭୦ କୋଟି

-ପୂର୍ତ୍ତ ବିଭାଗ ପାଇଁ ୮, ୩୮୩ କୋଟି

-ସଡ଼କ ବିକାଶ କାର୍ଯ୍ୟକ୍ରମରେ ୨, ୫୪୫ କୋଟି

-ସଡ଼କ ଓ ସେତୁ ନିର୍ମାଣ ଓ ଉନ୍ନତିକରଣ ପାଇଁ ୭୦୦ କୋଟି

-ବିଜୁ ଏକ୍ସପ୍ରେସ ୱେ ପାଇଁ ୩୦୦ କୋଟି

-ବିଜୁ ସେତୁ ଯୋଜନା ପାଇଁ ୧, ୬୮୮ କୋଟି

SDRF ପାଇଁ ୨,୨୪୬ ଓ NDRF ପାଇଁ ଖର୍ଚ୍ଚ ହେବ ୯୬୪ କୋଟି

-OUTR ଭିତ୍ତିଭୂମୀର ବିକାଶ ପାଇଁ ଦେଢ଼ ହଜାର କୋଟିର ବ୍ୟବରାଦ

-ଧାର୍ମିକ କ୍ଷେତ୍ରରେ ବିକାଶ ପାଇଁ ୧, ୯୫୦ କୋଟି

-ଅବଢ଼ା ଯୋଜନା ପାଇଁ ୧, ୩୨୫ କୋଟି

-ଏକାମ୍ର ଓ ସମଲେଇ ପାଇଁ ୨୦୦ କୋଟି ଲେଖାଏଁ ବ୍ୟବରାଦ

-ଯୋଜନା ଓ ସଂଯୋଜନା ପାଇଁ ୩ ହଜାର ୩୫ କୋଟି

ମୋ ସ୍କୁଲ ଅଭିଯାନ

-ମୋ ସ୍କୁଲ ଅଭିଯାନ ପାଇଁ ୬୪୬ କୋଟି ଟଙ୍କା ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ପାଇଁ ୧୦୦ କୋଟି

-ସମଗ୍ର ଶିକ୍ଷାପାଇଁ ୩ ହଜାର ୫୮୧ କୋଟି କେବଳ ମଧ୍ୟାହ୍ନଭୋଜନ ପାଇଁ ୮୫୧ କୋଟି

-ବିପର୍ଯ୍ୟୟ ପରିଚାଳନା ପାଇଁ ୩ ହଜାର ୬୧ କୋଟି