ଆଇଏନଏସ୍ ବିକ୍ରାନ୍ତରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍

ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତରେ ଯାତ୍ରା କରିବାର ପ୍ରଥମ ବିଦେଶୀ ରାଷ୍ଟ୍ରମୁଖ୍ୟ ପାଲଟିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ । ଏହି ଅବସରରେ ତାଙ୍କୁ ନୌସେନା ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।

ଏ ସଂପର୍କରେ ଆଲବାନିସ୍ ଏକ ବିବୃତିରେ କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ମୁଁ ନିକଟରେ କାର୍ଯ୍ୟକ୍ଷମ ହୋଇଥିବା ଭାରତରେ ନିର୍ମିତ ଆଇଏନଏସ୍ ବିକ୍ରାନ୍ତରେ ସାମିଲ ହୋଇ ଗର୍ବ ଅନୁଭବ କରୁଛି । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭାରତକୁ କେନ୍ଦ୍ରରେ ରଖିବା ପାଇଁ ମୋ ସରକାରଙ୍କ ପ୍ରତିବଦ୍ଧତାକୁ ମୋ ଗସ୍ତ ପ୍ରତିଫଳିତ କରୁଛି ।