ପଶ୍ଚିମା-ଝଡ଼ର ପ୍ରଭାବ: ଉତ୍ତର-ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା

ପଶ୍ଚିମା-ଝଡ଼ର ପ୍ରଭାବରେ ଶନିବାର ରାଜ୍ୟର କେତେକ ଅଞ୍ଚଳରେ ବିଜୁଳି ଓ ଘଡ଼ଘଡ଼ିଜନିତ ବର୍ଷା ଲାଗି ରହିଛି। ବିଶେଷ ଭାବେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି ଅପରାହ୍‌ଣ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି। ଅଦିନିଆ ବର୍ଷା ଓ ବଜ୍ରପାତ କାରଣରୁ କୌଣସି କ୍ଷୟକ୍ଷତି ସଂପର୍କିତ ହସ୍ତଗତ ହୋଇନାହିଁ। ବରଂ ବର୍ଷା ଯୋଗୁଁ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି।

ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲାରେ ଅପରାହ୍‌ଣ ସମୟରେ ମୁଷଳଧାରାରେ ବର୍ଷା ସହ ବଜ୍ରପାତ ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବାରିପଦା ସମେତ ଅନ୍ୟ ସ୍ଥାନରେ ମଧ୍ୟ ବର୍ଷା ରେକର୍ଡ କରାଯାଇଛି। ଭଦ୍ରକରେ ମଧ୍ୟମ ଧରଣର ବର୍ଷା ହୋଇଛି।