ରୁଷରେ ପହଞ୍ଚିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍, ଗସ୍ତ ଉପରେ ସମଗ୍ର ବିଶ୍ବର ଆଖି

ଏକ ତିନିଦିନିଆ ରାଜକୀୟ ରୁଷ ଗସ୍ତରେ ଅଛନ୍ତି ଚୀନ ରାଷ୍ଟ୍ରପତି ସି ଜିନିପିଙ୍ଗ୍ । ସେ ସୋମବାରଦିନ ମସ୍କୋରେ ପହଞ୍ଚିଛନ୍ତି । ସେ ମସ୍କୋର ଭିନୁକୋଭୋ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ରୁଷ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରୁଷରେ ରହିବେ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବେ ।

ଗତ ସପ୍ତାହରେ ୩ୟ ଥର ପାଇଁ ଚୀନ ରାଷ୍ଟ୍ରପତି ହେବା ପରେ ସି ଜିନପିଙ୍ଗଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ । ନିଜର ପ୍ରଥମ ବିଦେଶ ଗସ୍ତ ପାଇଁ ସେ ରୁଷକୁ ବାଛିଥିବାରୁ ତାହା ରୁଷ ଓ ଚୀନ ମଧ୍ୟରେ ଥିବା ଘନିଷ୍ଠ ସଂପର୍କକୁ ବୁଝାଉଛି । ଏହା ସହିତ ଚଳିତ ୟୁକ୍ରେନ ଯୁଦ୍ଧରେ ଚୀନ ଖୋଲାଖୋଲି ରୁଷ ସପକ୍ଷରେ ଛିଡ଼ା ହୋଇଛି ।