କୋଭିଡ୍‌ ମାମଲା ବଢ଼ୁଥିବାରୁ ସତର୍କତା ଅବଲମ୍ବନ ସହ ଜିନୋମ୍‌ ସିକ୍ୱେନ୍‌ସିଂ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାମର୍ଶ

ଦେଶରେ କୋଭିଡ୍‌-୧୯ ଓ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆଜି ସମସ୍ତ ଗୁରୁତର ଶ୍ୱାସକ୍ରିୟାରେ ପୀଡ଼ିତ (ସିଭିୟର ଆକ୍ୟୁଟ୍‌ ରେସ୍ପିରେଟୋରି) ରୋଗୀଙ୍କ ଲ୍ୟାବ ସର୍ଭେଲାନ୍‌ସ, ଜିନୋମ୍‌ ସିକ୍ୱେନ୍‌ସିଂ ଏବଂ ଟେଷ୍ଟିଂ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି।

ସଂପ୍ରତି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତି ଓ ଜନସ୍ୱାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଆଜି ସନ୍ଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ‌‌ମୋଦୀ ହସ୍ପିଟାଲରେ ମକ୍‌ ଡ୍ରିଲ୍‌ ଏବଂ ସତର୍କତାର ଆବଶ୍ୟକତା ଉପରେ ପରାମର୍ଶ ଦେଇଛନ୍ତି।