ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାରଦିନ ରାଷ୍ଟ୍ରପତି ଭବନଠାରେ ବର୍ଷ ୨୦୨୩ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଗତ ଜାନୁଆରି ୨୫ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏଥର ୬ ଜଣ ପଦ୍ମବିଭୂଷଣ ପାଇଥିବାବେଳେ  ୯ ଜଣ ପଦ୍ମଭୂଷଣ, ୯୧ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି ।

ପଦ୍ମବିଭୂଷଣ ପୁରସ୍କାର ପାଇଁ ୬ ଜଣଙ୍କ ନାଁ ଘୋଷଣା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଆଜି ପୁରସ୍କାର ଦିଆଯାଇଥିଲା । ବାସ୍ତୁକଳା ପାଇଁ ପ୍ରଫେସର ବାଳକୃଷ୍ଣ ଦୋଶୀ (ମରଣୋତ୍ତର), ପୂର୍ବତନ ମନ୍ତ୍ରୀ ଏସ.ଏମ.କୃଷ୍ଣାଙ୍କୁ ପଦ୍ମବିଭୂଷଣ ପ୍ରଦାନ କରାଯାଇଛି । ଦୋଶୀଙ୍କ ପାଇଁ ତାଙ୍କ ପୌତ୍ରୀ ଖୁସନୁ ପନ୍ତକି ଏହି ପୁରସ୍କାର ଗ୍ରହଣ କରିଥିଲେ ।  ସେହିପରି ଶିଳ୍ପପତି କୁମାର ମଙ୍ଗଳମ ବିରଲା ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରିଛନ୍ତି।