ଜୁଲାଇ ୬ରେ ଆସିବ ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ୱର : ସରିଲା ପ୍ରସ୍ତୁତି । ଘୋଷଣା ହେଲା ମାଟ୍ରିକ୍‌ ରେଜଲ୍ଟ ତାରିଖ । ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇଥିଲା ମାଟ୍ରିକ୍ ପରୀକ୍ଷା । ମେ ୧୦ ତାରିଖ ଯାଏଁ ଚାଲିଥିଲା ପରୀକ୍ଷା । ଚଳିତବର୍ଷ ୫ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଛନ୍ତି । ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାର୍ଟ-୧ ଅବ୍ ଜେକ୍ଟିଭ୍ ପରୀକ୍ଷା ସକାଳ ୮ଟାରୁ ୯ଟା ଓ ପାର୍ଟ-୨ ସବ୍ ଜେକ୍ଟିଭ୍ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା ।

ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ କଡ଼ାକଡ଼ି ଭାବେ ବାରଣ କରାଯାଇଥିଲା । ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ ,୬୫ ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ଗଠନ କରାଯାଇଥିଲା।