ବଢିଲା ଚିନ୍ତା, ଓମିକ୍ରନର ଆଉ ଏକ ଘାତକ ଭାରିଆଣ୍ଟ୍ ଚି଼ହ୍ନଟ

ନୂଆଦିଲ୍ଲୀ: ଭାରତର ୧୦ଟି ରାଜ୍ୟରେ ଓମିକ୍ରନ୍‌ର ଏକ ନୂଆ ଭାରିଆଣ୍ଟ ବିଏ.୨.୭୫ ଠାବ ହୋଇଥିବା ରବିବାର ଇସ୍ରାଏଲ୍‌ର ଜଣେ ବିଶେଷଜ୍ଞ ଦାବି କରିଛନ୍ତି । କିନ୍ତୁ ଏ ବାବଦରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କିଛି କୁହାଯାଇ ନାହିଁ ।

ଇସ୍ରାଏଲ୍‌ର ତେଲ୍‌ ହାସୋମେରସ୍ଥିତ ସେବା ମେଡିକାଲ ସେଣ୍ଟରର ସେଣ୍ଟ୍ରାଲ ଭାଇରୋଲୋଜି ଲାବୋରେଟୋରିର ଡା. ଶୟ ଫ୍ଲେସନ୍‌ କହିଛନ୍ତି ୮ଟି ଦେଶ ପକ୍ଷରୁ ଜେନୋମିକ ଡାଟାର ଏକ ଓପନ-ସୋର୍ସ ପ୍ଲାଟଫର୍ମ ‘ନେକ୍ସଟଷ୍ଟ୍ରେନ୍‌’ରେ ୮୫ ସିକ୍ୱେନ୍ସ ଅପ୍‌ଲୋଡ୍‌ କରାଯାଇଛି । ଭାରତରୁ ଏଥିରେ ୬୯ଟି ରହିଛି ।