ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ ନରସିଂହ

ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି । ସ୍ଵରାଷ୍ଟ୍ର ବିଭାଗର ଖର୍ଚ୍ଚ ଦାବି ଦିନ ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଖିଥିବା ଉତ୍ତରକୁ ନେଇ ଆଣିଛନ୍ତି ସ୍ୱାଧିକାର ନୋଟିସ । ଏହାକୁ ବାଚସ୍ପତି ଗ୍ରହଣ କରି ଅନୁଧ୍ୟାନ କରିବେ ବୋଲି କହିଛନ୍ତି।