ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନନିବାସଠାରେ ସାକ୍ଷାତ କରିଛନ୍ତି | ଆଜି ଦୁଇଦିନିଆ ପୁରୀ ଗସ୍ତ ସମାପନ କରି ସେ ସଡକପଥରେ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି | ନବୀନ-ମମତା ସାକ୍ଷାତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ |

ତେବେ ନବୀନଙ୍କୁ ଭେଟିବା ପରେ ମମତା କହିଛନ୍ତି ଯେ ନବୀନଙ୍କ ସହ ଆଜି ସୌଜନ୍ୟମୂଳକ ସାକ୍ଷାତକାର ଥିଲା | ନବୀନଙ୍କୁ ପଶ୍ଚିମବଙ୍ଗ ଆସିବାକୁ ନିମନ୍ତ୍ରଣ କଲି | ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ନେଇ ଆଲୋଚନା ହେଲା | ପୁରୀରେ ପଶ୍ଚିମବଙ୍ଗ ଅତିଥି ଭବନ ପାଇଁ  ୨ ଏକର ଜମି ଦେଇଥିବାରୁ ଅଶେଷ ଧନ୍ୟବାଦ | ପଶ୍ଚିମବଙ୍ଗର ଦୀଘାରେ ଗୋଟିଏ ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି ଏବଂ ଏହାର ପରିଚାଳନା କମିଟିରେ ନବୀନଙ୍କୁ ରହିବାକୁ ଅନୁରୋଧ କରିଛି।  ଏଥିସହ ଓଡ଼ିଶାରେ ଆତିଥ୍ୟ ପାଇଁ ନବୀନ ପଟ୍ଟନାୟକ ଓ ତାଙ୍କ ଅଫିସରମାନଙ୍କୁ ଧନ୍ୟବାଦ୍ ଦେଇଛନ୍ତି ମମତା।