ଏଣିକି ଏକ ଘଣ୍ଟାର ଯାତ୍ରା ୧୬ ମିନିଟରେ ହେବ ଶେଷ, ପ୍ରତି ଘଣ୍ଟାରେ ୬୦୦୦ଯାତ୍ରୀ କରି ପାରିବେ ଯାତ୍ରା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବାରାଣସୀରେ ୧୭୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ  ଏକ ରୋପୱେ ବି ସାମିଲ ରହିଛି।

ଏହି ରୋପୱେ ବାରାଣସୀ କ୍ୟାଣ୍ଟନମେଣ୍ଟ ଷ୍ଟେସନରୁ ଗୋଦାଲିଆ ପର୍ଯ୍ୟନ୍ତ ନିର୍ମାଣ ହେବ । ଏହି ପ୍ରକଳ୍ପର ଆକଳିତ ବ୍ୟୟ ପ୍ରାୟ ୬୪୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି ।

ପ୍ରଥମ ପର୍ଯ୍ୟାୟରେ ରୋପୱେ ବାରାଣାସୀ ରେଳ ଷ୍ଟେସନରୁ ଗୋଦାଲିଆ ପର୍ଯ୍ୟନ୍ତ ନିର୍ମିତ ହେବ। ଭିଡ଼ସ୍ଥାନରେ ଏହି ରୋପୱେ ନିର୍ମାଣ କରାଗଲେ କାଶୀ ବିଶ୍ବନାଥ ମନ୍ଦିର, ଦଶାଶ୍ବମେଘ ଘାଟକୁ ଯିବା ସୁବିଧା ହେବ। ବିଶେଷ କଥାଟି ହେଉଛି ରୋପୱେ ନିର୍ମିତ ହେଲେ ୩.୮ କିଲୋମିଟର ଯାତ୍ରା ୧୬ ମିନିଟରେ ଶେଷ ହେବ। ଏବେ ଏହି ରାସ୍ତାରେ ଯାଉଥିବା ଲୋକଙ୍କୁ ଘଣ୍ଟାଘଣ୍ଟା ଧରି ଜାମରେ ଛିଡ଼ା ହେବାକୁ ପଡ଼ୁଛି।