ପାଠ୍ୟପୁସ୍ତକରୁ ଗାନ୍ଧୀଜୀଙ୍କ ସମ୍ପର୍କରେ ଲେଖା ଗାଏବ୍‌ ! ଏନସିଇଆରଟି କହିଲା, ଆନୁପାତିକ ହାରକୁ ଦେଖି ଅଯଥାରେ ଉଡାଇ ଦିଆଯିବା ଉଚିତ ନୁହେଁ…

ଏନ୍‌ସିଇଆରଟି ପାଠ୍ୟପୁସ୍ତକରୁ ବିନା ବିଜ୍ଞପ୍ତିରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ସଂକ୍ରାନ୍ତ କେତେକ ବିଷୟବସ୍ତୁକୁ ପାଠ୍ୟକ୍ରମରୁ ବାଦ୍‌ ଦିଆଯିବା ଘଟଣାକୁ କେନ୍ଦ୍ରକରି ବିବାଦ ଲାଗି ରହିଥିବା ବେଳେ ଏନ୍‌ସିଇଆରଟି ମୁଖ୍ୟ ଦୀନେଶ ସାକଲାନି ବୁଧବାର କହିଛନ୍ତି ଯେ ‘ଅଣଦେଖା’ କାରଣରୁ ଏପରି ଘଟିଛି। ଗତବର୍ଷ ଯୁକ୍ତିଯୁକ୍ତ ପ୍ରକ୍ରିୟାରେ ପାଠ୍ୟପୁସ୍ତକରୁ କିଛି ବିଷୟବସ୍ତୁକୁ ଉଚ୍ଛେଦ ପାଇଁ ଯେଉଁ ଘୋଷଣା କରାଯାଇ ଥିଲା; ସେଥିରେ ଉଚ୍ଛେଦ ହୋଇଯାଇଥିବା ଏ ସମସ୍ତ ବିଷୟବସ୍ତୁ ନଥିଲା।

ପାଠ୍ୟପୁସ୍ତକରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟକୁ କାଟି ଦିଆଯାଇଥିବା କଥା ଦୋହରାଇ ଶ୍ରୀ ସାକଲାନୀ କହିଛନ୍ତି ଯେ ପାଠ୍ୟପୁସ୍ତକର ବିଷୟବସ୍ତୁର ଅନୁପାତିକ ହାରକୁ ଦୃଷ୍ଟିରେ ରଖି ପାଠ୍ୟପୁସ୍ତକରୁ ବିଷୟବସ୍ତୁକୁ ଉଡ଼ାଇ ଦିଆଯିବା ଉଚିତ ନୁହେଁ। ତେବେ, ନୂତନ ପାଠ୍ୟପୁସ୍ତକରେ ହୋଇଥିବା ସମସ୍ତ ପରିବର୍ତ୍ତନ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସୂଚିତ କରାଯିବ ବୋଲି ସେ କହିଛନ୍ତି।