୧୮ ବର୍ଷ ତଳର ଲଭଲେଟର ସେୟାର କଲେ ମହିଳା

ହ୍ଵାଟ୍ସଆପ, ଫେସବୁକ ଓ ସ୍ନାପଚାଟ ଜମାନାରେ ଆଜିକାଲିର ଯୁବପିଢ଼ି ହୁଏତ ଚିଠିର ମୂଲ୍ୟ କଣ ବୁଝୁନଥିବେ | ଦିନକୁ ଦିନ ଟେକ୍ନୋଲୋଜି ବଢିବା ସାଙ୍ଗକୁ ଚିଠିର ବ୍ୟବହାର ମଧ୍ୟ ବହୁତ କମିଗଲାଣି | କିଛି ଇମୋଜୀ ଓ ମେସେଜ ମାଧ୍ୟମରେ ଆଜିକାଲିର ଯୁବପିଢ଼ି ପରସ୍ପରକୁ ପ୍ରେମ ନିବେଦନ କରୁଛନ୍ତି | କିନ୍ତୁ ଦିନେ ଏମିତି ଏକ ସମୟ ଥିଲା ଯେତେବେଳେ ଚିଠିର ଚାହିଦା କାହିଁ କେତେ ଅଧିକ ଥିଲା | ଆଉ ଚିଠି ଯଦି ପ୍ରେମିକ/ପ୍ରେମିକା ପାଖରୁ ଆସୁଥିଲା, ତେବେ ତ କଥା ସରିଲା | କାରଣ ଏହି ଚିଠିକୁ ଅନେକ ଲୋକ ବହୁତ ଦିନ ଧରି ସାଇତି ରଖୁଥିଲେ | ଚିଠି ସହ ଆସିଥିବା ଗୋଲାପ ପାଖୁଡା ଶୁଖିଯାଇଥିଲେ ବି ବେଶ ଯତ୍ନର ସହ ଚିଠି ସାଇତି ରଖୁଥିଲେ | ତେବେ ଆପଣ କହିବେ ଆଜି ଆମେ ଆପଣଙ୍କୁ ହଠାତ କାହିଁକି ଲଭଲେଟର ବାବଦରେ ଏତେ ତଥ୍ୟ ଦେଉଛୁ |