ଖବରକାଗଜ, ଗଣମାଧ୍ୟମ ପ୍ଲାଟଫର୍ମରେ ‘ବେଟିଂ ବିଜ୍ଞାପନ’ ପ୍ରକାଶ ନ କରିବାକୁ ଚେତାବନୀ ଦେଲେ ସରକାର

ଦେଶର ପ୍ରମୁଖ ତଥା ମୁଖ୍ୟସ୍ରୋତର କିଛି ଇଂରାଜୀ ଓ ହିନ୍ଦୀ ଖବରକାଗଜରେ ‘ବେଟିଂ ବିଜ୍ଞାପନ’ ଭଳି ପ୍ରଚାରମୂଳକ ବିଷୟବସ୍ତୁ ପ୍ରକାଶ ପାଇବାର କିଛି ଦିନ ପରେ ସରକାର ଗୁରୁବାର ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ବେଟିଂ ପ୍ଲାଟଫର୍ମର ବିଜ୍ଞାପନ ପ୍ରକାଶ ନ କରିବାକୁ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଚେତାବନୀ ଦେଇଛନ୍ତି।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିକଟରେ ଦେଶର କିଛି ମୁଖ୍ୟସ୍ରୋତର ଇଂରାଜୀ ଓ ହିନ୍ଦୀ ଖବରକାଗଜରେ ବେଟିଂ ୱେବସାଇଟର ବିଜ୍ଞାପନ ଏବଂ ପ୍ରଚାର ବିଷୟବସ୍ତୁ ପ୍ରସାରଣ ଘଟଣାକୁ ନେଇ ତୀବ୍ର ଆପତ୍ତି ଉଠାଇଛି। ଏ ଘଟଣା ଦୃୃଷ୍ଟିଗୋଚର ହେବାପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ଆଡଭାଇଜରି ଜାରି କରି ଗଣମାଧ୍ୟମ ସଂସ୍ଥା, ମିଡିଆ ପ୍ଲାଟଫର୍ମ ଏବଂ ଅନଲାଇନ୍‌ ବିଜ୍ଞାପନ ମିଡିଆାଙ୍କୁ ବେଟିଂ ପ୍ଲାଟଫର୍ମର ବିଜ୍ଞାପନ କିମ୍ବା ପ୍ରଚାର ବିଷୟବସ୍ତୁ ପ୍ରସାରଣରୁ ନିଜକୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି।