କର୍ଣ୍ଣାଟକରେ କ୍ଷମତାକୁ ଫେରିଲେ ପୁଣି ମୁସଲିମ ସଂରକ୍ଷଣ ଲାଗୁ କରିବୁ : କଂଗ୍ରେସ୍

ମୁସଲିମ ସଂରକ୍ଷଣ କର୍ଣ୍ଣାଟକ ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ବିଜେପି ସରକାର ମୁସଲିମ ସଂରକ୍ଷଣକୁ ଉଚ୍ଛେଦ କରିଥିବାବେଳେ କ୍ଷମତାକୁ ଫେରିଲେ ପୁଣି ସଂରକ୍ଷଣ ଲାଗୁ କରିବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି ।

କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଶୁକ୍ରବାର କହିଛନ୍ତି ଯେ ବିଧାନସଭା ନିର୍ବାଚନରେ ଦଳ କ୍ଷମତାକୁ ଫେରିଲେ ମୁସଲମାନଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ଉଚ୍ଛେଦ କରିବାକୁ ଶାସକ ବିଜେପି ନେଇଥିବା ନିଷ୍ପତ୍ତିକୁ ସେ ପ୍ରତ୍ୟାହାର କରିବେ। କର୍ଣ୍ଣାଟକର ବିଜେପି ସରକାର ଗତ ମାର୍ଚ୍ଚ ମାସରେ ସଂଖ୍ୟାଲଘୁଙ୍କ ପାଇଁ ଥିବା ୪ ପ୍ରତିଶତ ସଂରକ୍ଷଣକୁ ଉଚ୍ଛେଦ କରି ରାଜ୍ୟର ଦୁଇ ପ୍ରମୁଖ ସମ୍ପ୍ରଦାୟର ବର୍ତ୍ତମାନର କୋଟାରେ ଯୋଡ଼ିବାକୁ ନିଷ୍ପତ୍ତି ନେଇଥିଲେ ।