ଶାଶୂ ସୁଧା ମୂର୍ତ୍ତୀଙ୍କୁ ପଦ୍ମ ପୁରସ୍କାର ମିଳିବା ପରେ ଏପରି ପ୍ରତିକ୍ରିୟା ଦେଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ୍

ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ଶାଶୁ ସୁଧା ମୂର୍ତ୍ତିଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣ ପ୍ରଦାନ କରାଯାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ଇନଷ୍ଟାଗ୍ରାମ ପୋଷ୍ଟଉପରେ ପ୍ରତିକ୍ରିୟା ରଖି ସୁନକ କହିଛନ୍ତି ଯେ ଏହା ଏକ ଗର୍ବର ଦିନ । ସାମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ରାଷ୍ଟ୍ରପତି ଭବନଠାରେ ସୁଧା ମୂର୍ତ୍ତୀଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ ।
ଅକ୍ଷତା ମୂର୍ତ୍ତି ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ଅକ୍ଷତା ମୂର୍ତ୍ତି ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଗତକାଲି ମୁଁ ଅତି ଗର୍ବର ସହ ଦେଖିଥିଲି ଯେତେବେଳେ ମୋ ମା’ ସାମାଜିକ କାର୍ୟ୍ୟରେ ଅବଦାନ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଭୂଷଣ ପୁରସ୍କାର ପାଇଥିଲେ। ସାକ୍ଷରତା ବୃଦ୍ଧି ପାଇଁ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରିବା ସହ ପ୍ରାକୃତିକ ବିପର୍ୟ୍ୟୟ ପରେ ଦେଶର ଦୁର୍ଗମ ଅଂଚଳରେ ରହୁଥିବା ଲୋକଙ୍କୁ ତୁରନ୍ତ ରିଲିଫ ଓ ସହାୟତା ଯୋଗାଇଦେବା ସମେତ ତାଙ୍କ ମା’ ଲୋକଙ୍କୁ ଅନେକ ଉପାୟରେ ସମର୍ଥନ କରିଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଏହି ଇନଷ୍ଟାପୋଷ୍ଟ ଉପରେ ସୁନକ ନିଜର ପ୍ରତିକ୍ରିୟା ରଖିଛନ୍ତି ।