ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା : କ୍ଷେପଣାସ୍ତ୍ର ସଜ୍ଜିତ ବୁଡ଼ାଜାହାଜ ପଠାଇଲା ଆମେରିକା

ଉପସାଗରୀୟ ଅଞ୍ଚଳରେ ଯୁଦ୍ଧର କଳାବାଦଲ ଦେଖାଦେଇଛି । ଗୋଟିଏ ପଟେ ଇସ୍ରାଏଲ ଉପରେ ରକେଟ ମାଡ ପରେ ଏହି ଦେଶ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ଅନ୍ୟପଟେ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।

ଇରାନ ସହ ଉତ୍ତେଜନା ବଢ଼ୁଥିବା ବେଳେ ଆମେରିକା ଉପସାଗରୀୟ ଅଂଚଳରେ ଏକ ପରମାଣୁ ଶକ୍ତି ସଂପନ୍ନ ତଥା କ୍ରୁଜ୍ କ୍ଷେପଣାସ୍ତ୍ରରେ ସଜ୍ଜିତ ବୁଡ଼ାଜାହାଜ (ମିସାଇଲ ସବମେରିନ) ମୁତୟନ କରିଛି। ୟୁଏସ୍ଏସ୍ ଫ୍ଲୋରିଡା ଏକ ପରମାଣୁ ଶକ୍ତି ସମ୍ପନ୍ନ ଜାହାଜ ଯାହା ୧୫୪ଟି ଟମାହକ୍ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବହନ କରିବାରେ ସକ୍ଷମ। ଆମେରିକୀୟ ନୌସେନା ସେଣ୍ଟ୍ରାଲ କମାଣ୍ଡଅନୁଯାୟୀ, ଶୁକ୍ରବାର ଦିନ ଏହା ଭୂମଧ୍ୟସାଗରରୁ ସୁଏଜ୍ କେନାଲ ଅତିକ୍ରମ କରିବା ଆରମ୍ଭ କରିଥିଲା।