ନେପାଳର ଅନ୍ନପୂର୍ଣ୍ଣା ପର୍ବତରୁ ନିଖୋଜ ଭାରତୀୟ ପର୍ବତାରୋହୀ ଅନୁରାଗଙ୍କ ମୃତଦେହ ଉଦ୍ଧାର, ଜୀବିତ ଉଦ୍ଧାର ହେଲେ ବଲଜିତ କୌର

ନେପାଳର ଅନ୍ନପୂର୍ଣ୍ଣା ପର୍ବତରୁ ସୋମବାର ନିଖୋଜ ହୋଇଯାଇଥିବା ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁ ମୃତ୍ୟୁବରଣ କରିଛନ୍ତି । ମଙ୍ଗଳବାରଦିନ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ରାଜସ୍ଥାନର କିଶନଗଡ଼ର ବାସିନ୍ଦା ଅନୁରାଗ ସୋମବାର ଅନ୍ନପୂର୍ଣ୍ଣା ପର୍ବତର ତୃତୀୟ ଶିବିରରୁ ଓହ୍ଲାଇବା ବେଳେ ନିଖୋଜ ହୋଇଯାଇଥିଲେ। ନେପାଳର ଖବରକାଗଜ ‘ଦି ହିମାଳୟ ଟାଇମ୍ସ’ ରିପୋର୍ଟ କରିଛି ଯେ ସୋମବାର ଚତୁର୍ଥ ଶିବିରରୁ ତଳକୁ ଓହ୍ଲାଇବା ସମୟରେ ୬୦୦୦ ମିଟର ଉଚ୍ଚତାରୁ ବରଫ ଫାଟରେ ପଡ଼ି ମାଲୁଙ୍କ ମୃତ୍ୟୁ ଘଟିଛି ।