ଆରାଧ୍ୟା ବଚ୍ଚନଙ୍କ ବିଷୟରେ ଥିବା ମିଥ୍ୟା ସମ୍ବାଦ ହଟାଇବାକୁ ‘ୟୁଟ୍ୟୁବ୍‌’କୁ ନିର୍ଦେଶ‌ ଦେଲେ ଦିଲ୍ଲୀ ହାଇକୋର୍ଟ

ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟାଙ୍କ ସମ୍ପର୍କରେ ଯଦି କୌଣସି ମିଥ୍ୟା ସମ୍ବାଦ ଥାଏ ତାହାକୁ ‘ପ୍ଲାଟ୍‌ଫର୍ମ’ରୁ ହଟାଇ ଦେବା ପାଇଁ ଆଜି ଦିଲ୍ଲୀ ହାଇକୋର୍ଟ ‘ୟୁଟ୍ୟୁବ୍‌’କୁ ନିର୍ଦେଶ ଦେଇଛନ୍ତି।

ଏହାଛଡ଼ା, ଉକ୍ତ ମିଥ୍ୟା ସମ୍ବାଦ ସବୁ ଯେମିତି ଆଉ ସେୟାର୍‌ ନ ହୁଏ ସେଥିପ୍ରତି ସୁନିଶ୍ଚିତ ରହିବାକୁ ମଧ୍ୟ ଅଦାଲତ ‘ୟୁଟ୍ୟୁବ୍‌’କୁ କହିଛନ୍ତି।

ସୂଚନାଯୋଗ୍ୟ, ଐଶ୍ବର୍ଯ୍ୟା ଓ ଅଭିଷେକଙ୍କ ଝିଅ ତଥା ଅମିତାଭଙ୍କ ୧୧ ବର୍ଷୀୟ ନାତୁଣୀ ଆରାଧ୍ୟାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ଗୋଟାଏ ‘ୟୁଟ୍ୟୁବ୍‌’ ଟାବ୍‌ଲଏଡ୍‌ ବା ଚାନେଲ୍‌ ‘ମିଥ୍ୟା ସମ୍ବାଦ’ ରିପୋର୍ଟ କରିଥିଲା। ଏହାକୁ ବିରୋଧ କରି ବୁଧବାର ଦିନ ଆରାଧ୍ୟା ଦିଲ୍ଲୀ ହାଇକୋର୍ଟରେ ପିଟିସନ୍‌ ଫାଇଲ୍‌ କରିଥିଲେ।