ରାହୁଲ୍‌ଙ୍କ ଆବେଦନ ଖାରଜ କଲେ ସୁରତ ଅଦାଲତ

୨୦୧୯ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ କରାଦଣ୍ଡାଦେଶ ଦେଇଥିବା ନିମ୍ନ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିବା ଲାଗି ରାହୁଲ୍‌ ଗାନ୍ଧୀ କରିଥିବା ଆବେଦନକୁ ଆଜି ସୁରତ ସେସନ୍‌ କ‌ୋର୍ଟ ଖାରଜ କରି ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୩ ତାରିଖ ଦିନ ଉଭୟ ପକ୍ଷର ଶୁଣାଣି କରି ସେସନ୍‌ କୋର୍ଟର ଅତିରିକ୍ତ ସେସନସ୍‌ ଜଜ୍ ଆର୍. ପି. ମୋଗେରା ଏପ୍ରିଲ୍‌ ୨୦ ତାରିଖ ପର୍ଯ୍ୟନ୍ତ ରାୟ ସଂରକ୍ଷଣ ରଖି‌ଥିଲେ।

ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି କଂଗ୍ରେସ ପାର୍ଟିର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ଏଥିପାଇଁ ଦଳ ଆଇନ ବ୍ୟବସ୍ଥାରେ ଥିବା ସବୁ ପ୍ରକାର ବିକଳ୍ପର ଉପଯୋଗ କରିବ।