୨୦୧୯ର ପୁଲଓ୍ଵାମା ଆକ୍ରମଣ ଭଳି ପୁଞ୍ଚ୍‌ ଆକ୍ରମଣ! ଆରଜେଡି ବିଧାୟକ ଦେଲେ ବିବାଦୀୟ ବୟାନ

ଜମ୍ମୁ-କଶ୍ମୀରର ପୁଞ୍ଚରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହେବା; ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରର ବିଜେପି ସରକାରଙ୍କ ଷଡ଼ଯନ୍ତ୍ର ହୋଇପାରେ ବୋଲି ଆରଜେଡି ବିଧାୟକ ଭାଇ ବୀରେନ୍ଦ୍ର ଦାବି କରିଛନ୍ତି।

ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ବିଧାୟକ ବୀରେନ୍ଦ୍ର ପୁଞ୍ଚ ଏବଂ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ସମାନତା ଦର୍ଶାଇ କହିଛନ୍ତି ଯେ ଉଭୟ ଘଟଣା ସମାନ ପ୍ରକୃତିର। ଆଗକୁ ୨୦୨୪ ନିର୍ବାଚନ ହେବାକୁ ଯାଉଛି ଏବଂ ପୁଞ୍ଚ ଘଟଣା ପୁଲୱାମା ଆକ୍ରମଣ ଭଳି ଏବଂ ଏହା କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ହୋଇପାରେ ବୋଲି ଜଣାପଡୁଛି। ପୁଞ୍ଚରେ ଘଟିଥିବା ଏହି ଘଟଣା ଦୁର୍ଭାଗ୍ୟଜନକ ଏବଂ ଏବେ କେନ୍ଦ୍ର ସରକାର ଏହି ଆକ୍ରମଣ ପଛର କାରଣ କ’ଣ ତାହାର ଉତ୍ତର ବାହାର କରିବା ଦରକାର ବୋଲି ଭାଇ ବୀରେନ୍ଦ୍ର କହିଛନ୍ତି।
ଆରଜେଡି ନେତାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେପି କହିଛି ଯେ ଏଭଳି ଅସମ୍ବେଦନଶୀଳ ଏବଂ ବିବାଦୀୟ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେବା ବିଜେପି ପାଇଁ ଲଜ୍ଜାଜନକ।