ଗଲଓ୍ଵାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଗୁରୁବାର ଅନୁଷ୍ଠିତ ହେବ ଭାରତ-ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ

୨୦୨୦ ମେ’ ମାସରେ ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ- ଚୀନ୍‌ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ଘଟି ଯାଇଥିବା ହିଂସାତ୍ମକ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏକ ଆନୁଷ୍ଠାନିକ ବୈଠକ।

ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଲି ସାଙ୍ଗଫୁ ଗୁରୁବାର ପ୍ରଥମ ଥର ପାଇଁ ଦିଲ୍ଲୀରେ ତାଙ୍କ ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଚୀନ୍‌ ମଙ୍ଗଳବାର ଘୋଷଣା କରିଛି ଯେ ଏହାର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଲି ସାଙ୍ଗଫୁ ଏପ୍ରିଲ ୨୭ରୁ ଏସସିଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବା ପାଇଁ ଚଳିତ ସପ୍ତାହରେ ଭାରତ ଗସ୍ତରେ ଆସିବେ ଏବଂ ଏହି ସମୟରେ ସେ ପୂର୍ବ ଲଦାଖରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ପାଇଁ ତାଙ୍କ ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂହଙ୍କ ସହ ଆଲୋଚନା କରିବେ।