କେଦାରନାଥ ଓ ବଦ୍ରିନାଥ ମନ୍ଦିର ବାହାରେ ଲାଗିଥିବା କ୍ୟୁଆର କୋର୍ଡ ପ୍ରତି ସାବଧାନ!

ଉତ୍ତରାଖଣ୍ଡର ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିରକୁ ଚାରିଧାମ କୁହାଯାଇଥାଏ। ଏହି ଚାରିଧାମକୁ  ଦେଶ ତଥା ଦେଶ ବାହାରୁ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଆସି ପହଞ୍ଚି ଥାଆନ୍ତି।

ଏପ୍ରିଲ ୨୨ ତାରିଖରୁ ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଆରମ୍ଭ ହୋଇଯାଇଛି। ଅକ୍ଷୟ ତୃତୀୟା ଅବସରରେ ଗଙ୍ଗୋତ୍ରୀ ଧାମର ଦ୍ବାର ଖୋଲାଯାଇଥିଲା। ଏହାପରେ ଯମୁନେତ୍ରୀ ମନ୍ଦିର ଦ୍ବାର ଓ ଏପ୍ରିଲ ୨୫ରେ ବାବା କେଦାରନାଥଙ୍କ ଦ୍ବାର ଓ ଏପ୍ରିଲ ୨୭ରେ ବାବା ବଦ୍ରିନାଥଙ୍କ ଦ୍ବାର ଭକ୍ତଙ୍କ ପାଇଁ ଖୋଲା ଯାଇଛି।

ଏହି କ୍ରମରେ ଠକମାନେ ଭକ୍ତଙ୍କୁ ଠକିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି। ଏହି ଉପାୟ ଅନୁଯାୟୀ କେଦାରନାଥ ଓ ବଦ୍ରିନାଥ ମନ୍ଦିର ଦ୍ବାର ନିକଟରେ କ୍ୟୁଆର କୋର୍ଡ ଦିଆଯାଇଛି। ଆଉ କୁହାଯାଇଛି ଯେଉଁମାନେ କିଛି ଦାନ କି ଦକ୍ଷିଣା ଦେବାକୁ ଚାହୁଁଛନ୍ତି ଏହି କ୍ୟୁଆର ‌କୋର୍ଡରେ ସ୍କାନ କରି ପାରିବେ।