କେମିତି ଅଜିତ ହେଲେ ଶରଦଙ୍କ ପୁତୁରା?

ମହାରାଷ୍ଟ୍ରର ବରିଷ୍ଠ ରାଜନେତା ଶରଦ ପାୱାର ଗତକାଲି ଏନସିପି ସଭାପତି ପଦରୁ ଇସ୍ତଫା ଘୋଷଣା କରିଥିଲେ | ନିଜର ଆତ୍ମଜୀବନୀ ‘ଲୋକ ମାଜେ ସଙ୍ଗତି’ର ଦ୍ବିତୀୟ ସଂସ୍କରଣ ଉନ୍ମୋଚନ ଅବସରରେ ସେ ଏହି ଘୋଷଣା କରିଥିଲେ | ଏହାରି ଭିତରେ ଏବେ ଚର୍ଚ୍ଚା ଜୋର ଧରିଛି ଯେ ଶରଦଙ୍କ ଉତ୍ତରାଧିକାରୀ ପାଇଁ ତାଙ୍କ ଝିଅ ସୁପ୍ରିୟା ସୁଲେ ଏବଂ ପୁତୁରା ଅଜିତ ପାୱାରଙ୍କ ମଧ୍ୟରେ ଏବେ କ୍ଷମତା‌ ଲଢ଼େଇ ଆରମ୍ଭ ‌ହୋଇପାରେ।

ଏନ୍‌ସିପି ସଭାପତି ପଦକୁ ନେଇ ସୁଲେ ଏବଂ ପାୱାରଙ୍କ ମଧ୍ୟରେ ଏହି ଲଢ଼େଇ ହେଲେ ଦଳରେ ବିଭାଜନ ମଧ୍ୟ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଆଜି ଆମେ ଆପଣଙ୍କୁ ଶରଦଙ୍କ ପରିବାର ବାବଦରେ ବିସ୍ତୃତ ତଥ୍ୟ ଦେବୁ | ଅଜିତ କିଭଳି ସମ୍ପର୍କରେ ତାଙ୍କର ପୁତୁରା ହେବେ ସେ ବାବଦରେ ବି ଜଣାଇବୁ | ବାସ୍ତବରେ, ପାୱାରଙ୍କର ୧୧ଜଣ ଭାଇଭଉଣୀ ଅଛନ୍ତି | ଏମାନଙ୍କ ମଧ୍ୟରେ ସାତ ଭାଇ ଥିବାବେଳେ ଚାରି ଭଉଣୀ ଅଛନ୍ତି |