୫ ହଜାର କୋଟି ଟଙ୍କାର ଅନୀଲ ଅମ୍ବାନିଙ୍କ ଘରେ ରହିଛି ଏହି ସବୁ ସୁବିଧା: ଛାତ‌ରେ ହୋଇଛି ହେଲିପ୍ୟାଡ୍‌

ମୁକେଶ ଅମ୍ବାନୀଙ୍କ ଭାଇ ଅନୀଲ ଅମ୍ବାନୀଙ୍କୁ ବ୍ୟବସାୟ କ୍ଷେତ୍ରରେ ଯଦିଓ ସେତେଟା ସଫଳତା ମିଳିନାହିଁ, ମାତ୍ର ତାଙ୍କ ବିଳାସମୟ ଜୀବନ ପ୍ରତ୍ୟେକ ସାଧାରଣ ଲୋକଙ୍କ ପାଇଁ ଏକ ସ୍ବପ୍ନ ପରି। ତେବେ ଜାଣିରଖନ୍ତୁ ଯେ ଅନୀଲ ଅମ୍ବାନି ଯେଉଁ ଘରେ ରୁହନ୍ତି ତାହା କୌଣସି ରାଜମହଲଠାରୁ କମ୍‌ ନୁହେଁ। ତାଙ୍କ ଘର ଦେଶର ବଛା ବଛା କେତୋଟି ଦାମୀ ଘର ମଧ୍ୟରୁ ଅନ୍ୟତମ।

ତାଙ୍କ ଘରର ଆନୁମାନିକ ମୂଲ୍ୟ ପ୍ରାୟ ୫୦୦୦ କୋଟି ଟଙ୍କା। ଏହି ଘର ମଧ୍ୟରେ ରହିଥିବା ବିଳାସମୟ ସୁବିଧା ବିଷୟରେ ଜାଣିଲେ ଆପଣ ତାହାକୁ ଏକ ରାଜପ୍ରସାଦ ପରି ଅନୁଭବ କରିବେ। ଘରର ପ୍ର‌‌ତ୍ୟେକଟି ମହଲା ଦେଖିବାକୁ ଭିନ୍ନ। ମୁମ୍ବାଇର ପାଲି ହିଲ୍‌ଠା‌ରେ ଥିବା ଅନୀଲ ଅମ୍ବାନୀଙ୍କର ଏହି ବିଳାସମୟ ଘର ୧୭ ମହଲା ବିଶିଷ୍ଟ, ଯାହାକି ପ୍ରାୟ ୧୬,୦୦୦ ବର୍ଗଫୁଟ୍‌ର ବୋଲି ସୂଚନା ରହିଛି।