ଗୋଆ-ଚଣ୍ଡିଗଡ଼ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଦ୍ବାର ଖୋଲିବାକୁ ଉଦ୍ୟମ କରିଥିବା ଯାତ୍ରୀ ଅଟକ

ଭାସ୍କୋ: ଗୁରୁବାର ଦିନ ଚଣ୍ଡୀଗଡ଼ଗାମୀ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଦ୍ବାର ଖୋଲିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ଜଣେ ଯାତ୍ରୀଙ୍କୁ ପୁଲିସ ଅଟକ ରଖିଛି।

ଅଟକ ଥିବା ଯାତ୍ରୀଜଣକ ହେଉଛନ୍ତି ୨୮ ବର୍ଷିୟ ବିଶାଳ ଶାଣ୍ଡିଲ୍‌। ସେ ଜରୁରୀକାଳୀନ ଦ୍ବାର ଖୋଲିବାକୁ ଉଦ୍ୟମ କରିବାରୁ ବିମାନଟିକୁ ଗୋଆ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରାଇ ସେଥିରେ ଥିବା ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ଚଣ୍ଡୀଗଡ଼ ପଠାଯାଇଥିଲା। ଅବତରଣ କରିଥିବା ‘ଇଣ୍ଡିଗୋ’ ଏୟାର୍‌ବସ୍‌ ଏ୩୨୦ ବିମାନରେ ପ୍ରାୟ ୧୮୦ଜଣ ଯାତ୍ରୀ ଥିଲେ।

ଗୋଆ ବିମାନବନ୍ଦର ନିର୍ଦେଶକ ଏସ୍. ଟି. ଭି. ଧନମ୍‌ଜୟ ରାଓ କହିଛନ୍ତି ଯେ, ଘଟଣା ପରେ ବିମାନଟିକୁ ଅବତରଣ କରାଯିବା ସହିତ ତା’ର ଯାତ୍ରା ବାତିଲ କରାଯାଇଥିଲା। ସେଥିରେ ଥିବା ଯାତ୍ରୀମାନଙ୍କ ପାଇଁ ଇଣ୍ଡିଗୋ ଅନ୍ୟ ଏକ ବିମାନ ବ୍ୟବସ୍ଥା କରିଥିଲା।