ମହାରାଷ୍ଟ୍ରରେ ‘ନିଟ୍’ ପରୀକ୍ଷା ଦେଉଥିବା କେତେକ ଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପୋଷାକପତ୍ର ଓହ୍ଲାଇବା ଏବଂ କେତେକଙ୍କୁ ପୋଷାକ ଓଲଟାଇ ପିନ୍ଧିବାକୁ କୁହାଯିବାରୁ ସେମାନେ ବଡ଼ ଅଶ୍ବସ୍ତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିବା କଥା ଅଭିଯୋଗ କରିଛନ୍ତି।
ସଂଗୃହୀତ ସୂଚନା ଅନୁସାର, ସାଙ୍ଗିଲ୍ ଅଞ୍ଚଳରେ ଥିବା ଶ୍ରୀମତୀ କସ୍ତୁରବାଈ ୱାଲ୍ଚାନ୍ଦ୍ କଲେଜ୍ରେ ଆୟୋଜିତ ‘ନିଟ୍’ ପରୀକ୍ଷା କେନ୍ଦ୍ରରେ କେତେକ ଛାତ୍ରୀଙ୍କୁ ପୋଷାକ ଓହ୍ଲାଇ ଓଲଟା ପିନ୍ଧିବାକୁ କୁହାଯାଇଥିଲା। ପୋଷାକ ଓହ୍ଲାଇବାକୁ ନିର୍ଦ୍ଧାରିତ ସ୍ଥାନ ନ ଥିବାରୁ ସର୍ବସାଧାରଣରେ ପୋଷାକ ଓହ୍ଲାଇ ସେମାନେ ବଡ଼ ଅଶ୍ବସ୍ତି ଅନୁଭବ କରିଥିଲେ ବୋଲି ଆଉ କେତେକ ଛାତ୍ରୀ କହିଛନ୍ତି।